ଡିଭାଇଡରରେ ପିଟିହେଲା ସ୍କର୍ପିଓ, ୬ ଆହତ

ଡିଭାଇଡରରେ ପିଟିହେଲା ସ୍କର୍ପିଓ, ୬ ଆହତ

ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ବ୍ରିଜ୍‌ ଉପରେ ଗତକାଲି ବିଳମ୍ବିତ ରାତିରେ ଏକ ସ୍କର୍ପିଓ ରାସ୍ତା ଡିଭାଇଡର୍‌ରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ସମେତ ପାଞ୍ଚଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଚନ୍ଦନେଶ୍ଵରରୁ କଟକ ବଡ଼ ଡାକ୍ତରଖାନାକୁ ଯାଉଥିବା ସ୍କର୍ପିଓ ନମ୍ବର ଓଡି-୦୧ଡି-୫୫୭୯ ପଥରପଦା ବ୍ରିଜ୍‌ ଉପରେ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇ ଯାଇଥିଲା।

ଖବରପାଇ ପାଟ୍ରୋଲିଂ ପୁଲିସ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଆହତ ସ୍କର୍ପିଓ ଚାଳକ ସମର ଜେନା ଓ ଅନ୍ୟ ଆହତମାନଙ୍କ ପରିଚୟ ମିଳିପାରିନାହିଁ। ପାଣିକୋଇଲି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe