ଜାତୀୟ ରାଜପଥ ଉପରେ ଜଳିଗଲା ସ୍କୋର୍ପିଓ, ମୃତ୍ୟୁମୁଖରୁ ବର୍ତ୍ତିଗଲେ ଡ୍ରାଇଭରଙ୍କ ସମେତ ୩ ଜଣ

Advertisment
ଜାତୀୟ ରାଜପଥ ଉପରେ ଜଳିଗଲା ସ୍କୋର୍ପିଓ, ମୃତ୍ୟୁମୁଖରୁ ବର୍ତ୍ତିଗଲେ ଡ୍ରାଇଭରଙ୍କ ସମେତ ୩ ଜଣ

ସୋର/ବାହାନଗା: ରାଜପଥ ଉପରେ ଚଳନ୍ତା କାର୍‌ ଜଳିଯାଇଛି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ନିକଟରେ। ଆଜି ଦିନ ପ୍ରାୟ ୧୨ଟା ବେଳେ ଏକ ସ୍କୋର୍ପିଓରେ ଡ୍ରାଇଭରଙ୍କ ସହ ୩ ଜଣ ଭଦ୍ରକରୁ ବାଲେଶ୍ବର ଅଭିମୁଖେ ଯାଉଥିଲେ। ଏହି ସମୟରେ ହଠାତ୍‌ ଖନ୍ତାପଡ଼ାଠାରେ ଗାଡ଼ିର ଇଂଜିନରୁ ଧୂଆଁ ବାହାରିଥିଲା। ଫଳରେ ଗାଡ଼ି ରଖି ଡ୍ରାଇଭର ଓ ଅନ୍ୟ ଦୁଇଜଣ ଯାତ୍ରୀ ଓହ୍ଲାଇପଡ଼ିଥିଲେ। ଦେଖିଦେଖୁ ଗାଡ଼ିଟି ଜଳିବାକୁ ଲାଗିଥିଲା। ଖବର ପାଇ ବାହାନଗା ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ହେଲେ ସେତେବେଳକୁ ଗାଡ଼ିଟି ସଂପୂର୍ଣ୍ଣ ପୋଡ଼ିଯାଇଥିଲା। ତେବେ ଗାଡ଼ିର ନମ୍ବର କେତେ ଏବଂ ଗାଡ଼ିରେ ଥିବା ଯାତ୍ରୀଙ୍କ ନାମ ଓ ଠିକଣା କ’ଣ, ସେନେଇ କିଛି ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe