ପରିତ୍ୟକ୍ତ ଘରକୁ ପଶିଗଲା ସ୍କର୍ପିଓ

Advertisment
ପରିତ୍ୟକ୍ତ ଘରକୁ ପଶିଗଲା ସ୍କର୍ପିଓ

ଭଣ୍ଡାରିପୋଖରୀ-୧: ଭଣ୍ଡାରିପୋଖରୀ ବ୍ଲକ ଛକ ଠାରେ ଆଜି ବେପରୁଆ ଗାଡ଼ି ଚାଳନା ଯୋଗୁ ଗୋଟିଏ ପରିତ୍ୟକ୍ତ ଘର ଭିତରକୁ ଏକ ସ୍କର୍ପିଓ ପଶି ଯାଇଥିଲା। କୋଟସିରା ଗ୍ରାମର ତିନି ଚାରିଜଣ ଯୁବକ ଏକ ସ୍କର୍ପିଓ(ଓଆର ୦୧ ଡି-୬୧୬୩)ରେ ଛତାବର ପଟୁ  ଦ୍ରୁତଗତିରେ ଆସୁଥିଲେ। ଜାତୀୟ ରାଜପଥର ତହସିଲ ଛକ ନିକଟରେ ଗାଡ଼ିଟି  ମୁଖ୍ୟରାସ୍ତାର ଦିଗ ପରିବର୍ତ୍ତନ କରି ଭଣ୍ଡାରିପୋଖରୀ ବଜାର ମଧ୍ୟକୁ ପ୍ରବେଶ କରିଥିଲେ ସୁଦ୍ଧା ବେଗ କିନ୍ତୁ ସମାନ ରହିଥିଲା।

ଏହା ବ୍ଲକ ଛକ ନିକଟରେ ଏକ ହମ୍ପସକୁ ଅତିକ୍ରମ କରି ପାଖରେ ଥିବା ଏକ ପରିତ୍ୟକ୍ତ ଘର ଭିତରକୁ ପଶି ଯାଇଥିଲା। ଗାଡ଼ିରେ ଥିବା ତିନି ଚାରିଜଣ ଯୁବକ ଆହତ ହୋଇଥିବା ବେଳେ ରାସ୍ତା ପାର୍ଶ୍ବରେ  କିଛି ପ୍ରତ୍ୟକ୍ଷଦର୍ଶୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ବେପରୁଆ ଗାଡ଼ିଚାଳନା ପାଇଁ  ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ିଟିକୁ ଉଦ୍ଧାର କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe