ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ ଜିଲ୍ଲା କ୍ୟାମ୍ପୋରି ଉଦ୍‌ଘାଟିତ

Advertisment
ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ ଜିଲ୍ଲା କ୍ୟାମ୍ପୋରି ଉଦ୍‌ଘାଟିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଜିତାମିତ୍ର ସରକାରୀ ଉଚ୍ଚବିଦ୍ୟାଳୟରେ ନବମ ରାଜ୍ୟ ଭାରତ ସ୍କାଉଟ୍‌ ଓ ଗାଇଡ ଜିଲ୍ଲା କ୍ୟାମ୍ପୋରି ଉଦ୍‌ଘାଟିତ ହୋଇଯାଇଛି। ଏହା ୩ ଦିନ ଧରି ଚାଲିବ। ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଫୁଲମଣି ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, କୋମନା ତଥା ନୂଆପଡ଼ା ବ୍ଲକ୍‌ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଜିତାମିତ୍ର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ କପିଳେନ୍ଦ୍ର ପାତ୍ର, କୋମନା ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମିଶ୍ର, ଟିକ୍ରାପଡ଼ା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଅନିତା ପଣ୍ଡା, କୋନାବିରା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମାମି ଗୀତାଞ୍ଜଳି ଦାସ, କୁରେଶ୍ବର ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରମୋଦ ଠାକୁର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିବେକାନନ୍ଦ ମହାନ୍ତି, ନୂଆପଡ଼ା ଶାରୀରିକ ଶିକ୍ଷା ନିରୀକ୍ଷକ ମହେଶ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ଅଶୋକ ବେହେରା ଧନ୍ୟବାଦ ଦେଇଥିଲେ। ଏଥିରେ ଜିଲ୍ଲାର ୮୭ଟି ସ୍କୁଲରୁ ୪୫୦ ଜଣ ଛାତ୍ରଛାତ୍ରୀ ଓ ଗାଇଡ ଶିକ୍ଷକ ଯୋଗଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe