ଭବାନୀପାଟଣା ସହରରେ ସଟ୍‌ଡାଉନ୍‌: ୨୦ଟି ୱାର୍ଡରେ ସ୍କ୍ରିନିଂ, ଆଣ୍ଟିଜେନ୍‌ ଟେଷ୍ଟରେ ୧୦୦ ଜଣ ପଜିଟିଭ୍‌ ଚିହ୍ନଟ

Advertisment
ଭବାନୀପାଟଣା ସହରରେ ସଟ୍‌ଡାଉନ୍‌: ୨୦ଟି ୱାର୍ଡରେ ସ୍କ୍ରିନିଂ, ଆଣ୍ଟିଜେନ୍‌ ଟେଷ୍ଟରେ ୧୦୦ ଜଣ ପଜିଟିଭ୍‌ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ଜୁନାଗଡ଼, କେସିଙ୍ଗା ଓ ଧର୍ମଗଡ଼ ସହରରେ ରବିବାର ସଟ୍‌ଡାଉନ୍‌ ଦ୍ବିତୀୟ ଦିନରେ ପହଞ୍ଚିଛି। ରବିବାର ଦିନ ଭବାନୀପାଟଣା ସହରରେ ୨୦ଟି ୱାର୍ଡରେ ସ୍କ୍ରିନିଂ କରାଯାଇ ୫ଟି ସ୍ଥାନରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି। ଏଥିରେ ୧୦୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ।

ସଟ୍‌ଡାଉନ୍‌ ଯୋଗୁଁ ଦିନ ତମାମ୍‌ ସହରରେ ଖାଁଖାଁ ପରିବେଶ ସୃଷ୍ଟି ହୋଇଥିଲା। ସଟ୍‌ଡାଉନ୍‌ ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହୋଇଥିଲେ। ଶନିବାର ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିନା ମାସ୍କଧାରୀଙ୍କୁ ଧରପଗଡ଼ କରି ୩୬ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିଭଳି ୩୮ ଜଣ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରପଗଡ଼ କରି ୨୩ ହଜାର ୫ଶହ ଟଙ୍କା ଏମ୍‌ଭି ଜରିମାନା ଆଦାୟ ହୋଇଥିଲା। ଗୋଟିଏ ସ୍ଥାନରେ ଅବକାରୀ ଚଢ଼ଉ କରାଯାଇ ୮.୪ ଲିଟର ବିଦେଶୀମଦ ଜବତ କରାଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe