ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ଘଟଣା: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନିଲିମାରି ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ସଂଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ପରେ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Mkg SC ST sangh dabi patra pradan

ମାଲକାନଗିରି: ଜିଲ୍ଲାର ନିଲିମାରି ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ସଂଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକେ ଅଭିଯୋଗ ପରେ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୧୪ ତାରିଖ ଦିନ ନିଲିମାରି ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ରୀ ଭାରତୀ ମାଢୀ(୧୪)ଙ୍କୁ ଜ୍ବର ଓ ଦେହହାତ ବ୍ୟଥା ହୋଇଥିଲା।

ତେବେ ଛାତ୍ରୀକୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୁନମୁନ ଗାଇନ ଏବଂ ମେଟ୍ରୋନ ଲିଲିରାଣୀ ରାୟ ଚିକିତ୍ସାରେ ଅବହେଳା କରିଥିବା ସଂଦେହ କରାଯାଉଛି।ମାତ୍ର ୫ କିଲୋମିଟର ଦୂର ମାଲକାନଗିରି ମେଡିକାଲକୁ ନଆଣି ୧୦ କିଲୋମିଟର କୋରକୋଣ୍ଡା ମେଡିକାଲକୁ କାହିଁକି ନିଆଗଲା ବୋଲି ପ୍ରଶ୍ନ କରାଯାଇଛି। ପୁଣି ତରବରିଆ ଭାବେ ଘର ଲୋକଙ୍କୁ ଡାକି ଛାତ୍ରୀଙ୍କୁ ପଠାଇ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।ଗୋଟିଏ ଦିନ ପରେ ଛାତ୍ରୀ ଜଣକ ଘରେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସମସ୍ତ ସତ୍ୟ ପଦାକୁ ଆସିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ଦାବି କରିଛି।ପୁଣି ଡବ୍ଲୁଇଓ ସସ୍ମିତା ମାଝି ମଧ୍ୟ ବ୍ଲକରେ ରହିଥିବା ଆଶ୍ରମ ବିଦ୍ୟାଳୟଗୁଡିକରେ ଉଚିତ ତଦନ୍ତ କରୁନଥିବାରୁ ବହୁ ବିଦ୍ୟାଳୟରେ ଏଭଳି ଘଟଣା ଘଟୁଛି।ଯେପରି ହାତୀଆମ୍ବ ଆଶ୍ରମ ବିଦ୍ୟାଳୟ, ଧରମପାଲୀ ଆଶ୍ରମ ବିଦ୍ୟାଳୟ,କୋଇକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଅବହେଳା କାରଣରୁ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଛନ୍ତି।ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଲେଖି ଜଣାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଦିନକୁ ଦିନ ଆଶ୍ରମ ବିଦ୍ୟାଳୟରେ ପିଲାମାନେ ଅତି ଶୋଚନୀୟ ଅବସ୍ଥାରେ ରହୁଛନ୍ତି।

ଏହି ଘଟଣାର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe