ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ମହଙ୍ଗା ପଡ଼ିଲା: ପୁଲିସ ଅଧିକାରୀ ଥାନାରେ ଅଟକ

Advertisment
ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ମହଙ୍ଗା ପଡ଼ିଲା: ପୁଲିସ ଅଧିକାରୀ ଥାନାରେ ଅଟକ

ଭବାନୀପାଟଣା/ମାଲକାନଗିରି,୧୮/୧୨(ଇମିସ): ମାଲକାନଗିରି ଜିଲ୍ଲାର ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ ଉଠାଇ ନେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ କେସିଙ୍ଗା ଥାନାରେ ଏସଡିପିଓ ଥିବା ସମୟରେ ଜନୈକା ମହିଳା କନେଷ୍ଟବଲଙ୍କୁ ପ୍ରେମ କରିବା ପରେ ବିବାହ କରିଥିଲେ। ବିବାହକୁ ୫ ବର୍ଷ ହୋଇଥିବା ଜଣାପଡିଛି। ଏବେ ତାଂକର ଦୁଇଟି ସନ୍ତାନ ରହିଥିବା ଜଣାପଡିଛି।

ତେବେ କେସିଙ୍ଗା ଯାଇ ତାଂକୁ ବାରମ୍ବାର ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ମହିଳା କନେଷ୍ଟବଲ କଳାହାଣ୍ଡି ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ। କେସିଙ୍ଗା ଥାନାରେ ଗତ ୨୧.୮.୨୦୨୦ରେ ୧୮୮ ରେ କେଶ ରୁଜୁ ହୋଇ ତଦନ୍ତ ଚାଲିଥିଲା।

ଗତକାଲି ରାତିରେ କେସିଙ୍ଗା ପୁଲିସ ମାଲକାନଗିରି ପହଞ୍ଚି ଡିଏସପି ଅକ୍ଷୟ ନାୟକଙ୍କୁ ଉଠାଇ ନେଇଥିଲା। ଏବେ ସେ କେସିଙ୍ଗା ଥାନାରେ ଅଟକ ରହିଥିବା ଜଣାପଡିଛି। ଅକ୍ଷୟ ନାୟକ ବି ନିଜେ ସ୍ୱୀକାର କରୁଛନ୍ତି ଯେ ସେ ତାଂକୁ ପ୍ରେମ କରିବା ପରେ ମନ୍ଦିରରେ ବିବାହ କରିଥିଲେ ଏବଂ ତାଂକୁ ରଖିଥିଲେ।

publive-image

ତେବେ ସେ କେସିଙ୍ଗା ଥାନାରେ ବର୍ତ୍ତମାନ ଅଟକ ରହି ଅନ୍ତିରଣ ଜାମିନ ପାଇଁ ଆବେଦନ କରୁଥିବା ଜଣାପଡିଛି। ବର୍ଦିକୁ ବର୍ଦିବାଲା ହିଁ ଧକ୍କା ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe