ରାଜନଗର: ଅତ୍ୟନ୍ତ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ସାତଭାୟାରେ ସମୁଦ୍ର ଓ ବେଳାଭୂମି ବିକ୍ରି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ୧୯୭୧ରୁ କ୍ରମାଗତ ଭାବେ ସମୁଦ୍ରଗର୍ଭକୁ ଚାଲିଯାଉଥିବା ଜମିକୁ କମ୍ପାନିଗୁଡ଼ିକ କାହିଁକି କିଣି ନେଉଛନ୍ତି? ଏହାକୁ କେଉଁ କାମରେ ବ୍ୟବହାର କରାଯାଉଛି? ଏହାର ଉତ୍ତର ଖୋଜିବାକୁ ‘ସମ୍ବାଦ’ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସାତଭାୟାରେ ସମୁଦ୍ର ଜୁଆର ଅଟକାଇ ବିନା ଖର୍ଚ୍ଚରେ ମାଛ ଧରାଯାଉଥିବା ସ୍ପଷ୍ଟ ହୋଇଛି। ତେବେ ଏହା ଭିତରକନିକାର ଜୈବବିବିଧତା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।
ସାତଭାୟାର ସଦାନନ୍ଦପୁରରୁ ମା’ ପଞ୍ଚୁବରହୀଙ୍କ ପୁରୁଣା ମନ୍ଦିର ଯାଏଁ ସମୁଦ୍ର କୂଳେକୂଳେ ପ୍ରାୟ ୩୦୦ ଏକର ଜମିରେ ବଣୁଆ ମାଛଚାଷ କରାଯାଉଛି। ଏହି ୩୦୦ ଏକର ବେଳାଭୂମିରୁ ପ୍ରାୟ ୨୦୦ ଏକର ବିଭିନ୍ନ କମ୍ପାନି ଓ ବଡ଼ବଡ଼ିଆଙ୍କ ନାଁରେ ଥିଲାବେଳେ ପ୍ରାୟ ୧୦୦ ଏକର ସରକାରୀ ଜମି ରହିଛି। ପ୍ରତିଦିନ ସମୁଦ୍ର ଜୁଆରକୁ ଅଟକାଇ ବେଳାଭୂମିରେ ମାଛଚାଷ କରାଯାଉଛି। ଭିତରକନିକା ଜାତୀୟ ଉଦ୍ୟାନକୁ ଜୁଆର ସହ ମାଛ ଓ ଯାଆଁଳ ଆସିଥା’ନ୍ତି। ଖାଦ୍ୟଖାଦକ ପ୍ରକ୍ରିୟାରେ ଜୀବଜନ୍ତୁ ଏହା ଖାଇଥା’ନ୍ତି। ମାତ୍ର ପ୍ରଭାବଶାଳୀ ବ୍ୟକ୍ତି ଓ କମ୍ପାନି ସମୁଦ୍ରପଟେ ବନ୍ଧ କରିଥିଲା ବେଳେ ଜାତୀୟ ଉଦ୍ୟାନ ନିକଟ ବନ୍ଧରେ ବ୍ୟକ୍ତିଗତ ସ୍ଲୁଇସ୍ ନିର୍ମାଣ କରିଛନ୍ତି। ସ୍ଲୁଇସ୍ରେ ଜାଲ ବସାଇ ଜୁଆର ପାଣି ଜାତୀୟ ଉଦ୍ୟାନକୁ ଛଡ଼ା ଯାଉଛି ଏବଂ ମାଛ ଓ ଯାଆଁଳ ଅଟକାଇ ରଖାଯାଉଛି। ବିନା ଖର୍ଚ୍ଚରେ ଜୁଆରରେ ଆସୁଥିବା ଯାଆଁଳକୁ ଧରି ଲକ୍ଷାଧିକ ଟଙ୍କା ମୁନାଫା ଉଠାଯାଉଛି। ସମୁଦ୍ର ଜୁଆର ମାଡ଼ୁଥିବା ବେଳାଭୂମି କବ୍ଜାକୁ ନେଇ ଏଭଳି ମାଛ ଚାଷ ଭିତରକନିକା ଉଦ୍ୟାନକୁ ବିପଦରେ ପକାଇଛି।
ଜୁଆର ଅଟକାଇ ମାଛଚାଷ ହେଉଛି
ଜୀବଜନ୍ତୁ, ଜୈବବିବିଧତା ପ୍ରତି ବିପଦ
ଭିତରକନିକା ଜଙ୍ଗଲରେ ମା’-ପୁଅ ନିଖୋଜ
Common winter diseases: ଶୀତଦିନେ ଶିଶୁଙ୍କ ଠାରେ ଦେଖାଯାଏ ଏସବୁ ରୋଗ… ସତର୍କ ରୁହନ୍ତୁ, ପିଲାଙ୍କ ଯତ୍ନ ନିଅନ୍ତୁ…
ରାଜ୍ୟର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଓ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଅଞ୍ଚଳ ଓ ଜନବସତି ସମୁଦ୍ରଗର୍ଭରେ ଲୀନ ହୋଇଯାଇଛି। ଏବେ ସେଠାରେ କେବଳ ସମୁଦ୍ର ଓ ବେଳାଭୂମି ରହିଛି। ସମୁଦ୍ର ଜୁଆର ଆସୁଥିବା ଅଞ୍ଚଳ ଏବଂ ସମୁଦ୍ରର ୩/୪ କିଲୋମିଟର ଭିତରେ ଥିବା ଅଞ୍ଚଳକୁ ଦିଲ୍ଲୀ ଓ ତାମିଲନାଡ଼ୁର ତିନିଟି କମ୍ପାନି ଅନେକ ପ୍ରଭାବଶାଳୀ ବ୍ୟକ୍ତିମାନେ କିଣି ନେଇଛନ୍ତି। ଭୁବନେଶ୍ବର, କଟକ ଓ ପାରାଦୀପରେ ଥିବା ସୂର୍ଯ୍ୟୋଦୟ ଲିମିଟେଡ୍ କମ୍ପାନି ୩୦୦ ଏକର କିଣିଛି। ଏଠାରେ ପ୍ରଶ୍ନ ଉଠୁଛି କେବଳ ସମୁଦ୍ର, ବେଳାଭୂମି ଓ ଜଙ୍ଗଲ ଥିବା ଅଞ୍ଚଳର ଜମିବାଡ଼ି ସରକାରୀ ବ୍ୟବସ୍ଥାରେ କିଭଳି କିଣାବିକା ହେଉଛି? ଏଥିପାଇଁ ସରକାରୀ ବାବୁମାନେ କିପରି ଅନୁମତି ଦେଲେ? ଇତିମଧ୍ୟରେ ଅନେକ ତହସିଲଦାର ଆସି ଗଲେଣି।
ଏକଥାକୁ ଦେଖି ନ ଦେଖିବା ଭଳି କେମିତି ରହିଛନ୍ତି? ଅନ୍ୟପକ୍ଷରେ ରାଜନଗର ଡିଏଫ୍ଓ ଭରଦରାଜ ଗାଓଁଙ୍କର ‘ସମ୍ବାଦ’କୁ କହିଛନ୍ତି ଯେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ କୌଣସି ଜନବସତି ନାହିଁ। କେବଳ ବ୍ୟକ୍ତିଗତ ଜମି କିଣାବିକା ହୋଇଛି। ରାଜସ୍ୱ ବିଭାଗ ଏ ନେଇ ଅଧିକ ସୂଚନା ଦେଇପାରିବ ବୋଲି ସେ କହିଛନ୍ତି। ତେବେ ଭିତରକନିକା ଜାତୀୟ ଉଦ୍ୟାନକୁ ଜୁଆର ସହ ଆସୁଥିବା ମାଛ ଯାଆଁଳ ଅଟକାଇ ବେଳାଭୂମିରେ ବଣୁଆ ମାଛ ଚାଷ କରାଯାଉଥିଲା ବେଳେ ବନ ବିଭାଗ କାହିଁକି ଚୁପ୍ ବସିଛି ବୋଲି ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/27/sea-seal-2025-11-27-00-07-46.jpg)