ରାମେୟାପାଟଣାରେ ମାଡ଼ି ଆସିଲା ସମୁଦ୍ର

Advertisment
ରାମେୟାପାଟଣାରେ ମାଡ଼ି ଆସିଲା ସମୁଦ୍ର

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କତୁରୁ ପଞ୍ଚାୟତ ଅଧୀନ ଉପକୂଳବର୍ତ୍ତୀ ରାମେୟାପାଟଣା ଗାଁରେ ସମୁଦ୍ର ପୁଣି ଅଶାନ୍ତ ହୋଇ ଉଠିଛି। ସମୁଦ୍ର ଜୁଆର ମାଡ଼ି ଆସି ଏଲ.ଭଗିରାଜୁ, କେ.ଭୀମ୍ମାୟା ଓ ଏଲ୍.ଆପନ୍ନାଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। ଗତ ପୂର୍ଣ୍ଣମୀରୁ ସମୁଦ୍ର ଅଶାନ୍ତ ହୋଇଥିବା ବେଳେ ୨୬ ତାରିଖରୁ କୂଳ ଲଂଘୁଛି। ଗୁରୁବାର ସକାଳୁ ଜୁଆର ମାଡ଼ରେ ତିନିଟି ଘର ଭାଙ୍ଗିଯାଇଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ହେଉଛି, ଏହା ମନୁଷ୍ୟକୃତ। ବାହୁଦା ନଦୀର ମୁହାଣ ପୋତି ହୋଇଯାଉଛି। ନଦୀର ମୁହାଣ ସୁନପୁର ଠାରୁ ଅଳ୍ପ ଦୂରରେ ସମୁଦ୍ରକୁ ସଂଯୋଗ ହେଲେ ବାହୁଦା ନଦୀ ରାମେୟପାଟଣା ପର୍ଯ୍ୟନ୍ତ ଲମ୍ବି ଯାଇ ନଥାନ୍ତା କି, ସମୁଦ୍ର ଗାଁ ମୁହଁକୁ ଆସି ନଥା’ନ୍ତା। ସୁନପୁର୍ ନିକଟରେ ମୁହାଣ ପୋତି ହେବାଫଳରେ ଏଭଳି ବିପର୍ଯ୍ୟୟ ଘଟୁଛି। ମୁହାଣ ପୋତି ହେବା ଯୋଗୁଁ ସମୁଦ୍ର ଆଜି କୂଳ ଲଂଘିଛି । ସ୍ଥାୟୀ ସମସ୍ୟାର ସମାଧାନ ହୋଇପାରୁନି। ପ୍ରତିଥର ବର୍ଷା ଆସିଲେ ରାମେୟାପାଟଣାବାସୀଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି। ଚିକିଟି ତହସିଲଦାର ବିଶ୍ୱରଞ୍ଜନ କହଁର ଓ ଜଳସମ୍ପଦ ବିଭାଗ ସୁପରିଟେଣ୍ଡେଣ୍ଟ୍ ଇଞ୍ଜିନିୟର୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe