ଭିମ୍‌ସାର୍‌ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସିଲ୍‌

Advertisment

ଆସବାବପତ୍ର, ଅଧ୍ୟକ୍ଷାଙ୍କ ସରକାରୀ କାର୍‌, ୨ ବସ୍‌, କମ୍ପ୍ୟୁଟର୍‌ ଓ ଆଲମିରା ଜବତ

ଆସବାବପତ୍ର, ଅଧ୍ୟକ୍ଷାଙ୍କ ସରକାରୀ କାର୍‌, ୨ ବସ୍‌, କମ୍ପ୍ୟୁଟର୍‌ ଓ ଆଲମିରା ଜବତ

ଭିମ୍‌ସାର କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟରେ ଝଟ୍‌କା: ଶେଷରେ ଛଟେଇ ୩ କର୍ମଚାରୀଙ୍କୁ କ୍ଷତିପୂରଣ ଦେଲେ

କର୍ମଚାରୀଙ୍କୁ ବହିଷ୍କାର ମାମଲ‌ାରେ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଦୌରାଜଜ୍‌

ବୁର୍ଲା : ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର୍‌) ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଛି। ଏକ ମାମଲାର ଶୁଣାଣି କରି ଜିଲ୍ଲା ଦୌରାଜଜ୍ ଏହି ନିର୍ଦ୍ଦେଶ ଦେଇଥିଲେ।

ଦୌରାଜଜଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଦୁଇଜଣ କୋର୍ଟ କର୍ମଚାରୀ ଭିମ୍‌ସାର୍‌ରେ ପହଞ୍ଚି ଅଧ୍ୟକ୍ଷା ପ୍ରଫେସର ଡା. ଜୟଶ୍ରୀ ଦୋରାଙ୍କୁ ଭେଟିବା ସହିତ କିଛି ସମୟ କଥାବାର୍ତ୍ତା ପରେ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶପତ୍ର ଦେଖାଇଥିଲେ। ଏହାପରେ କାର୍ଯ୍ୟାଳୟକୁ ସିଲ୍‌ କରିଥିଲେ। ଏଥିସହିତ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ ଆସବାବପତ୍ର, ଅଧ୍ୟକ୍ଷାଙ୍କ ଅଫିସ କାର୍‌ ନମ୍ବର (ଓଡି-୧୫ଏଚ-୦୮୩୩), ଦୁଇଟି ବସ୍‌  (ଓଆର-୧୫ଏଚ-୦୯୫୫ , ଏବଂ ଓଆର୍‌ ୦୨-ବିଭି-୫୯୯୪) ସମେତ ଏଷ୍ଟାବିଲିସମେଣ୍ଟ ସେକ୍ସନ ଓ ଆକାଉଣ୍ଟ ବିଭାଗର ସମସ୍ତ କମ୍ପ୍ୟୁଟର୍‌, ଆଲମିରାକୁ ଜବତ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଭିମ୍‌ସାର୍‌ରେ କାର୍ଯ୍ୟରତ ୨୩ ଜଣ  କର୍ମଚାରୀଙ୍କୁ ୨୦୦୭ ମସିହାରେ ଚାକିରିରୁ ବହିଷ୍କୃତ କରି ସେହି ସ୍ଥାନରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଚାକିରି ହରାଇଥିବା କର୍ମଚାରୀ ସେମାନଙ୍କୁ ବେଆଇନ ଭାବରେ ବହିଷ୍କାର କରାଯାଇଥିବା ଦର୍ଶାଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଏଥିନେଇ ଜିଲ୍ଲା ଶ୍ରମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ, ଶ୍ରମ କୋର୍ଟ ଏହି ମାମଲାକୁ ଜିଲ୍ଲା ଦୌରାଜଜଙ୍କୁ ହସ୍ତାନ୍ତର କରିଥିଲେ। ମାମଲାର ଶୁଣାଣି କରି ଆଜି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଥିଲେ। ଅନ୍ୟପଟେ କୋର୍ଟର ଦ୍ୱାରସ୍ଥ ହୋଇଥିବା ତିନି ଜଣ କର୍ମଚାରୀ ବୁର୍ଲା ନିବାସୀ ରେବତୀକାନ୍ତ କଲେତ (୩୮/ସଫେଇ କର୍ମଚାରୀ)ଙ୍କୁ ୨୫ ଲକ୍ଷ ୩୧ ହଜାର ୩୭୫ ଟଙ୍କା, ଢେଙ୍କାନାଳ ନିବାସୀ କ୍ଷୀରୋଦ କୁମାର ସାହୁ(୪୫/ ଗେଟ୍‌ କିପର ଓ ଇଲେକ୍ଟ୍ରିସିଆନ)ଙ୍କୁ ୨୯ ଲକ୍ଷ ୬୫ ହଜାର ୮୯୧ ଟଙ୍କା ଏବଂ ବରଗଡ଼ ଜିଲ୍ଲା ଅତାବିରା ନିବାସୀ ଶମ୍ଭୁନାଥ ସାହୁ(୪୩/ଅଟେଣ୍ଡାଣ୍ଟ)ଙ୍କୁ ୨୫ ଲକ୍ଷ ୪୬ ହଜାର ୮୧୩ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଭିମ୍‌ସାର୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏ ବାବଦରେ ଭିମ୍‌ସାର୍‌ ଅଧ୍ୟକ୍ଷା ଡା. ଦୋରାଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe