Missing return home Photograph: (sambad.in)
ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତ ଉପର ଜାମୁଗୁଡା ଗ୍ରାମର ୨୦୧୫ ମସିହାରେ ସ୍ବାମୀ ସ୍ତ୍ରୀ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ନିଖୋଜ ଦୁଇ ଛୋଟ ଛୋଟ ପୁଅ ଝିଅଙ୍କ ସନ୍ଧାନ ମିଳିଛି। ସୂଚନା ଅନୁଯାୟୀ ଗରିବ ଦାଳେୟା କୁଲେସିକା ସବୁ ବେଳେ ନିଶାସକ୍ତ ହୋଇ ସ୍ତ୍ରୀ ପୋଲା କୁଲେଶିକାଙ୍କ ଗଣ୍ଡଗଳ କରି ଅଶାନ୍ତି ମଧ୍ୟରେ ରହି ଆସୁଥିଲେ।
ନିଜର ୪ ଜଣ ସନ୍ତାନ ରଜାବତି କୁଲେଶିକା (ଝିଅ) ୧୪ ବର୍ଷ, କଲାବତି କୁଲେଶିକା (ଝିଅ ) ୧୨, ଇନ୍ଦ୍ରାବତୀ କୁଲେଶିକା (ଝିଅ) ୯ ବର୍ଷ ଓ ଝାଡେସ୍ୱର କୁଲେସିକା ୭ ବର୍ଷ ରହି ଥିଲେ। ଅଶାନ୍ତି ମଧ୍ୟରେ ଥିବା ସ୍ତ୍ରୀ ପୋଲା କୁଲେଶିକା ନିଜର ସ୍ବାମୀ ଓ ଝିଅ ପୁଅକୁ ଛାଡି ଦାଦନ ଖଟିବାକୁ ଆଜକୁ ଦଶ ବର୍ଷ ତଳେ ତାମିଲନାଡୁ କୁ ଚାଲିଯାଇଥିଲେ।
ଆହୁରି ପଢ଼ନ୍ତୁ:Harishchandra Yojana: ହିତାଧିକାରୀଙ୍କୁ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଅର୍ଥ: ବିଧାନସଭାରେ ଉଦ୍ବେଗ ପ୍ରକାଶ କଲେ ସନାତନ
ସ୍ତ୍ରୀ ଦାଦନ ଖଟିବାର ୨ ମାସ ପରେ ସ୍ବାମୀ କୁ ସ୍ଥାନୀୟ ଲୋକକୁ ଖବର ଦେଇ ପୁଅ ଝିଅଙ୍କୁ ସାଥିରେ ନେଇ ଆସିବାକୁ କହିଥିଲେ। ସ୍ତ୍ରୀ ଖବର ଶୁଣିବା ପରେ ସ୍ବାମୀ ଦାଲେୟା ପୁଅ ଝିଅଙ୍କୁ ଏକାଠି କରି ସ୍ତ୍ରୀ ପାଖକୁ ଯାଉଥିବା ବେଳେ ଦୁଇ ଜଣ ବଡ ଝିଅ ଭୟରେ ଲୁଚି ଯାଇ ଥିଲେ। ସ୍ବାମୀ ଦାଲେୟା ନିଜର ଛୋଟ ଝିଅ ଇନ୍ଦ୍ରାବତୀ ଓ ପୁଅ ଝଡେଶ୍ୱରଙ୍କୁ ନେଇ ସ୍ତ୍ରୀଙ୍କ ପାଖକୁ ଯିବା ପାଇଁ ବାହାରି ଥିଲେ।
ସେମାନେ ତାମିଲନାଡୁ ପହଞ୍ଚିବା ପରେ ଦାଦନ ଖଟୁଥିବା ସ୍ତ୍ରୀଙ୍କୁ ସଠିକ ସୂଚନା ନ ଥାଇ ଚାଲି ଚାଲି ଖୋଜି ବୁଲୁ ଥିଲେ। ସେଠାରେ ସ୍ବାମୀ ସ୍ତ୍ରୀଙ୍କର ସନ୍ଧାନ ପାଇ ପାରିଲେ ନାହିଁ। କୌଣସି କାରଣରୁ ସେଠାରେ ଦାଲେୟା ଙ୍କୁ ମାଡ ହୋଇ ଥିଲା, ସେ ସେଠାରୁ ଝିଅ ଓ ପୁଅକୁ ଛାଡ଼ି ନିଜ ଗାଁକୁ ଫେରି ଆସିଥିଲେ।
ଆଧାର କାର୍ଡ ଯୋଗୁ ଘରକୁ ଫେରିଲେ
ସେହି ଦିନରୁ ଦୁଇ ଜଣ ଶିଶୁଙ୍କର କୌଣସି ଖୋଜ ଖବର ଜଣା ପଡ଼ି ନ ଥିଲା। ବାପା ଛାଡ଼ି ଆସିବା ପରେ ଏକ ଛୋଟିଆ ମୁଣା ୍ରେର ବାପାଙ୍କ ଭୋଟ ଫୋଟ ଓ ଆଧାର କାର୍ଡ ଥିଲା ଝିଅ ତାହାକୁ ଯତ୍ନର ସହିତ ପାଖରେ ରଖି ଥିଲେ। ସେଠାରେ କିଛି ସ୍ବେଛାସେବୀ ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରି ତାମିଲନାଡୁ ରାଜ୍ୟର କୁଇମବଟୁର ସହରରେ ଥିବା ସରକାରୀ ଶିଶୁ ସୁରକ୍ଷା କେନ୍ଦ୍ର କୁ ନେଇ ଛାଡ଼ି ଦେଇ ଥିଲେ।
ବର୍ତ୍ତମାନ ଝିଅ ଇନ୍ଦ୍ରାବତୀ ୧୯ ବର୍ଷ ଓ ପୁଅ ୧୫ ବର୍ଷ ହେଉଛି ସେଠାରେ ରହୁଥିବା ଖବର କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୁ ଖବର ପାଇବା ପରେ ସମ୍ପର୍କୀୟଙ୍କ ଖବର ସତ୍ୟତା ଜାଣିବା ପାଇଁ ଜିଲ୍ଲା ଟିମ ଆସି ଗାଁରେ ପହଞ୍ଚିଥିଲେ। ଏବେ ମାଆ ପାଗଳ ରହିଥିବା ବେଳେ ବାପା ନିଶା ଶକ୍ତ ଅବସ୍ଥାରେ ପାଗଳ ହୋଇ ନିଜ ଗାଁ ଛାଡି ନିଲାବାଡି ପଞ୍ଚାୟତର ସବଡମ ଗ୍ରାମରେ ରହୁଛନ୍ତି।
ଆହୁରି ପଢ଼ନ୍ତୁ:Putin’s India Visit : ପୁଟିନଙ୍କ ଭାରତ ଗସ୍ତ ଉପରେ ବିଶ୍ବର ନଜର, ହୋଇପାରେ ବଡ଼ ପ୍ରତିରକ୍ଷା ଚୁକ୍ତି
ନିଜର ବଡ ଭଉଣୀ ଓ ସମ୍ପର୍କୀୟ ମାନେ ନିଖୋଜ ଦୁଇ ଭାଇ ଭଉଣୀ ଙ୍କ ଫୋଟ ଦେଖି ଦୁଃଖରେ କାନ୍ଧି ପକାଇ କେବେ ଫେରିବେ ଅପେକ୍ଷାରେ ଅନାଇ ବସିଛନ୍ତି। ପରିବାରର ସମସ୍ତେ ନିଖୋଜ ଦୁଇ ଭାଇ ଭଉଣୀଙ୍କୁ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କୁ ଗୁହାରି କରିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ତରଫରୁ ମେଲ ପାଇବା ପରେ ତାମିଲନାଡୁ ସରକାରଙ୍କୁ ପତ୍ର ଲେଖି ପଠାଇ ଥିବା ଜାଣିବାକୁ ମିଳିଛି।
Follow Us