ନିଖୋଜଙ୍କ ସନ୍ଧାନ ମିଳୁନି: ପରିବାର ପକ୍ଷରୁ ରାସ୍ତା ରୋକ

ନିଖୋଜଙ୍କ ସନ୍ଧାନ ମିଳୁନି: ପରିବାର ପକ୍ଷରୁ ରାସ୍ତା ରୋକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରାମହରାଜପୁର ଥାନା ଅନ୍ତର୍ଗତ ଫୁଲଚରା ଗ୍ରାମର ସୁରଥ ନାଏକଙ୍କ ନିଖୋଜକୁ ନେଇ ଗୁରୁବାର ସକାଳ ୬ଟାରୁ ବିରାମହରାଜପୁର ମୁଖ୍ୟ ଛକରେ ପରିବାର ପକ୍ଷରୁ ରାସ୍ତା ରୋକ କରିଛନ୍ତି।

ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ସୁରଥ ନିକଟ ହରିହର ଜୋରକୁ ଶୌଚ ପାଇଁ ଯାଇଥିଲେ ମାତ୍ର ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜା ଖୋଜି କଲାପରେ ମଧ୍ୟ ନ ମିଳିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଆଜି ଥାନାରେ ଅଭିଯୋଗ କରିଛନ୍ତି।

ତେବେ ଏହାର ତଦନ୍ତ ଦାବି ନେଇ ବିରାମହରାଜପୁର ମୁଖ୍ୟ ଛକଠାରେ ପରିବାର ପକ୍ଷରୁ ରାସ୍ତାରୋକ କରିଛନ୍ତି । ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe