ଭୁବନେଶ୍ୱର: ଗତକାଲି ଜାମିନ ପାଇ ଜେଲରୁ ମୁକୁଳିଥିବା ସିସୋର ଚିଟ୍ଫଣ୍ଡ ମାମଲରେ ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ପୁଲିସ ଗିରଫ କରିଛି। ପୁରୁଣା ଓ୍ଵାରେଣ୍ଟ ବଳରେ ଶ୍ରୀ ଦାସଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ଦାସଙ୍କୁ ତାଙ୍କୁ ଝାରପଡ଼ାସ୍ଥିତ ବାସଭବନରୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଢ଼େଙ୍କାନାଳରେ ୨୦୧୩ ମସିହାରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ନାମରେ ଦୁଇଟି ମାମଲା ଥିଲା। ଗତକାଲି ଶ୍ରୀ ଦାସ ସିସୋରର ୮ଟି ମାମଲାରେ ଜାମିନ୍ ପାଇ ଜେଲରୁ ବାହାରି ଆସି ଝାରପଡ଼ାସ୍ଥିତ ନିଜ ଭଉଣୀ ଘରେ ଥିଲେ। ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାନ ଟାଉନ୍୍ ଥାନା ଇନ୍ସପେକ୍ଟର ଅଭିନବ ଡାଳୁଆଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱର ଆସି ଶ୍ରୀ ଦାଶଙ୍କୁ ଗିରଫ କରି ଢେଙ୍କାନାଳ ନେଇ ପଚରାଉଚରା କରୁଛି।
ଜେଲରୁ ମୁକୁଳିବାର ୧୨ ଘଣ୍ଟା ମଧ୍ୟରେ ପୁଣି ଥରେ ଗିରଫ ହେଲେ ସି’ସୋର ମୁଖ୍ୟ ପ୍ରଶାନ୍ତ ଦାଶ
Advertisment
Follow Us