ସହକାରୀ ପର୍ଯ୍ୟଟନ ନିର୍ଦେଶକ ସିବିଆଇରେ ହାଜର

Advertisment

ସିସୋର ଠକେଇ ଘଟଣା

ସିସୋର ଠକେଇ ଘଟଣା

ଦ୍ବିତୀୟ ଦିନରେ ସିବିଆଇ ତଦନ୍ତ, ଚିଟ୍‌ଫଣ୍ଡ ଏଜେଣ୍ଟମାନଙ୍କୁ ପଚରାଉଚରା

ଭୁବନେଶ୍ୱର: ସିସୋର ଠକେଇ ମାମଲାରେ ସିବିଆଇ ଶେଷ ପର୍ଯ୍ୟାୟ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିବାକୁ ଚାହୁଁଛି। ଏଥିପାଇଁ ସିବିଆଇ ପକ୍ଷରୁ କେତେକ ଅଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରପ୍ରେକ୍ଷୀରେ ଆଜି ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦେଶକ ବିଜୟ କୁମାର ଭଞ୍ଜ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସିସୋର ସହିତ ପର୍ଯ୍ୟଟନ ବିଭାଗ ସହିତ ହୋଇଥିବା କେତେକ ରାଜିନାମା କାଗଜପତ୍ର ସିବିଆଇ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, କଟକ ଯୋବ୍ରା ନିକଟରେ ସିସୋର ପକ୍ଷରୁ ନୌକାବିହାର ପ୍ରକଳ୍ପ ସମ୍ପର୍କରେ ତାଙ୍କୁ ପଚରା ଉଚରା କରାଯାଇଥିଲା। ପର୍ଯ୍ୟଟନ ବିଭାଗ କେଉଁ ଆଧାରରେ ସିସୋରକୁ ପ୍ରକଳ୍ପ କରିବାକୁ ସୁପାରିସ କରିଥିଲେ କି? ଏଥିପାଇଁ କେହି ଅନୁକମ୍ପା ଦେଖାଇଥିଲେ କି? ତତ୍କାଳୀନ ସଚିବ କିମ୍ବା ମନ୍ତ୍ରୀ ଏନେଇ କୌଣସି ଚାପ ପ୍ରୟୋଗ କରିଥିଲେ କି? ଏଭଳି କେତେକ ପ୍ରଶ୍ନ ଶ୍ରୀ ଭଞ୍ଜଙ୍କୁ ପଚରା ଯାଇଥିଲା। ପ୍ରକାଶଥାଉକି, ସିବିଆଇ ଏହି ଘଟଣାରେ ଗତ ଜୁଲାଇ ୨ ତାରିଖରେ ତତ୍କାଳୀନ ପର୍ଯ୍ୟଟନ ସଚିବ ପରାଗ ଗୁପ୍ତା ଓ ଓଟିଡିସି ପରିଚାଳନା ନିର୍ଦେଶକ ସଂଗ୍ରାମ କେଶରୀ ରାୟଙ୍କୁ ନୋଟିସ୍‌ କରିବା ସହିତ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍‌ କରିଥିଲା। କେବଳ ସଂଗ୍ରାମ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe