ଭୁବନେଶ୍ବର : ସରକାରୀ ଇଞ୍ଜିନିୟରିଂ କଲେଜରେ ବିଭାଗ ବନ୍ଦ ହୋଇନାହିଁ, ବରଂ ରାଜ୍ୟର ଦୁଇଟି ସରକାରୀ ଇଞ୍ଜିନିୟରିଂ କଲେଜର ୨ଟି ଲେଖାଏଁ ବିଭାଗରେ ୩୦ଟି ଲେଖାଏଁ ସିଟ୍ ହ୍ରାସ କରାଯାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ମେଟାଲୁର୍ଜିକାଲ ଆଣ୍ଡ ମେଟେରିଆଲ୍ସ ଇଞ୍ଜିନିୟରିଂ ଓ ପ୍ରଡକ୍ସନ୍ ଇଞ୍ଜିନିୟରିଂ ବିଭାଗରେ ୬୦ଟି ଲେଖାଏଁ ସିଟ୍ ରହିଥିଲା। ଏବେ ତାହାକୁ ୩୦କୁ ହ୍ରାସ କରାଯାଇଛି। ୨୦୧୯-୨୦ ଶିକ୍ଷାବର୍ଷରେ ଉଭୟ ବିଭାଗରେ ୩୦ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ସେହିପରି କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜର ଦୁଇଟି ବିଭାଗରେ ୩୦ଟି ଲେଖାଏଁ ସିଟ୍ ହ୍ରାସ ପାଇଛି। ଉକ୍ତ କଲେଜର ମିନିରାଲ ଇଞ୍ଜିନିୟରିଂ ଓ ମେଟାଲୁର୍ଜିକାଲ ଆଣ୍ଡ ମେଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗରେ ୬୦ଟି ଲେଖାଏଁ ସିଟ୍ ରହିଥିଲା। ଚଳିତ ଶିକ୍ଷାବର୍ଷରେ ଉକ୍ତ ଦୁଇଟି ବିଭାଗରେ ୩୦ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ନାମଲେଖା ହେଉଛି ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି। ସୂଚନାଯୋଗ୍ୟ ଯେ ଉକ୍ତ ଦୁଇ କଲେଜର ଦୁଇଟି ବିଭାଗ ବନ୍ଦ ହୋଇଥିବା ନେଇ ଜୁଲାଇ ୧୦ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us