ସେବାଶ୍ରମ ଛାତ୍ରୀ ଅନ୍ତଃସତ୍ୱା ଘଟଣା; ମୁଖ୍ୟ ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ

ସେବାଶ୍ରମ ଛାତ୍ରୀ ଅନ୍ତଃସତ୍ୱା ଘଟଣା; ମୁଖ୍ୟ ଅଭିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ

ଜୟପୁର: ବାମ୍ଫୁଣୀ ଠାରେ ଥିବା ସେବାଶ୍ରମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ ସ୍ୱାମୀ ରାଜେନ୍ଦ୍ର ରଥ।

ଗତକାଲି ତାଙ୍କୁ ସଦର ପୁଲିସ ଗିରଫ କରିଥିଲା ଓ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

publive-image

ଗତ ଖରାଛୁଟିରେ ସେ ଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଘରେ ରଖିଥିଲେ। ତାଙ୍କ ଘରେ ଥିବା ସମୟରେ ରାଜେନ୍ଦ୍ର ତାଙ୍କ ସହ ୬ ଥର ଦୈହିକ ସମ୍ପର୍କ ରଖିଥିବା କଥା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଏହାଛଡ଼ା ସ୍କୁଲ ପରିସରରେ ମଧ୍ୟ ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ତାଙ୍କ ସହ ଦେିହିକ ସମ୍ପର୍କ ସ୍ଥାପନ କରିଥିବା କଥା ସ୍ୱୀକାର କରିଛନ୍ତି।

ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୭୬ (୨) (ଏନ୍‌)/ ୩୭୬ (୩)/ ୫୦୬ ଏବଂ ପୋକ୍‌ସୋ ଆଇନ୍‌ର ଏସ୍‌. ୫ ଏବଂ ଏସ୍‌ସି/ଏସ୍‌ଟି ପିଓଏ ଆଇନ୍‌ର ଏସ୍‌. ୩ (୨) (ଭି) ଲାଗୁ କରାଯାଇଥିବା କଥା ଏସ୍‌ଡିପିଓ ଭି. ଗୁଣ୍ଟୁପଲ୍ଲୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe