ରଥରୁ ଖସିପଡ଼ି ସେବାୟତ ଗୁରୁତର

ଖାଲିପାଦରେ ରଥ ଭିଡ଼ିଲେ ‌ସେବକ ପାଦରେ ହେଲା ଫୋଟକା

ପୁରୀ: ମହାପ୍ରଭୁଙ୍କ ତିନି ରଥ ଶରଧାବାଲିରେ ଲାଗିବା ପରେ ସେଠାରେ ଏକ ଅଘଟଣ ଘଟିଛି। ଜଣେ ବୟସ୍କ ସେବାୟତ ରଥ ଉପରୁ ଖସି ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପୁରୀ ମେଡିକାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି, ବାବନ ଦାସମହାପାତ୍ର ନାମକ ଜଣେ ଦଇତାପତି ସେବକ ଆଜି ଶରଧାବାଲିରେ ରଥ ଉପରୁ ଖସି ପଡ଼ିଥିଲେ। ରଥ ଉପରୁ ଖସିପଡ଼ିବାରୁ ମୂର୍ଚ୍ଛା ଯାଇଥିଲେ। ତାଙ୍କର ହାତ ଭାଂଗିଯାଇଥିବା ଜଣାପଡ଼ିଛି। ତାଙ୍କୁ ଅଧିକ ଚିକିତ୍ସ‌ା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗତ କିଛି ଦିନ ତଳେ ତାଙ୍କ ପୁଅର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଦଇତା ସେବକମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ରଥ ଉପରକୁ ସେବକମାନେ ବିଭିନ୍ନ ସେବା ପୂଜା ପାଇଁ ଯାଇଥା’ନ୍ତି। ତେବେ ସିଡ଼ି ନ ଥିବାରୁ ଏଭଳି ସମସ୍ୟା ହେଉଛି। ଏ ବର୍ଷ ଭକ୍ତ ଶୂନ୍ୟ ରଥଯାତ୍ରା ହୋଇଥିବା କାରଣରୁ ତିନି ରଥରେ ସିଡ଼ି ବ୍ୟବସ୍ଥା କରିବାକୁ ବିଶ୍ବାବସୁ ବିନାୟକ ଦାସମହାପାତ୍ର ଓ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାଶମହାପାତ୍ର ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe