ଭୋଟ୍ ଗଣନା ପାଇଁ କଟକଣାକୁ କୋହଳ କଲେ ରାଜ୍ୟ ନିର୍ବାଚନ ଆୟୋଗ

Advertisment
ଭୋଟ୍ ଗଣନା ପାଇଁ କଟକଣାକୁ କୋହଳ କଲେ ରାଜ୍ୟ ନିର୍ବାଚନ ଆୟୋଗ

news18

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଓଡ଼ିଶାରେ ଚାଲିଥିବା ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣନା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା କେତେକ କଟକଣାକୁ କୋହଳ କରିଛନ୍ତି।
ଏହାପୂର୍ବରୁ, ଭୋଟ୍ ଗଣନା ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଗଣନା କେନ୍ଦ୍ରରେ ପ୍ରବେଶ କରୁଥିବା ସମସ୍ତଙ୍କର କୋଭିଡ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ ଥିଲା। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଥିଲେ। ସଂପୂର୍ଣ୍ଣ ଟିକାକରଣ ହୋଇଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା ପାଇଁ ଯିବାକୁ କୁହାଯାଇଥିଲା।
ଏବେ ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଗଣନା କେନ୍ଦ୍ରରେ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଥର୍ମାଲ୍ ସ୍କାନ୍ କରାଯିବ। କିନ୍ତୁ ଗଣନା କେନ୍ଦ୍ର ଭିତରେ କେବଳ ଦୁଇଥର ଡବଲ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ। ଏତଦବ୍ୟତୀତ ଯେଉଁମାନଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ କେନ୍ଦ୍ର ଭିତରେ ଅନୁମତି ଦିଆଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe