ମୁଖ୍ୟମନ୍ତ୍ରୀଙ୍କୁ ଜୋତାମାଡ଼ ଘଟଣା: ଅଭିଯୁକ୍ତ କାର୍ତ୍ତିକ କହିଲେ, ପୂର୍ବରୁ ଫେଲ ହୋଇଥିଲି, ଆଜି ପାସ୍‌ ହୋଇଛି

Advertisment
ମୁଖ୍ୟମନ୍ତ୍ରୀଙ୍କୁ ଜୋତାମାଡ଼ ଘଟଣା: ଅଭିଯୁକ୍ତ କାର୍ତ୍ତିକ କହିଲେ, ପୂର୍ବରୁ ଫେଲ ହୋଇଥିଲି, ଆଜି ପାସ୍‌ ହୋଇଛି

ବରଗଡ଼: ବିଜେପୁର ଉପ-ନିର୍ବାଚନ ପାଇଁ କୁମ୍ଭାରୀରେ ମୁଖ୍ୟମନ୍ତ୍ରୀଙ୍କୁ ଜୋତାମାଡ଼ କରିଥିବା ଅଭିଯୁକ୍ତ କାର୍ତ୍ତିକ ମେହେର(୨୪)କୁ ପୁଲିସ ଗିରଫ କରିଛି। ତାକୁ ବରପାଲିସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବିଜେଡି କର୍ମୀ ଓ ପୁଲିସ ମାଡ଼ରେ ଆହତ ହୋଇଥିବା କାର୍ତ୍ତିକଙ୍କୁ ବୁର୍ଲା ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ପଦ୍ମପୁର ବ୍ଲକ ବୁଢ଼ାପାଲି ଗ୍ରାମର କାର୍ତ୍ତିକ କହିଛି, ମୁଖ୍ୟମନ୍ତ୍ରୀଙ୍କୁ ଜୋତାମାଡ଼ କରିବା ପାଇଁ ପୂର୍ବରୁ ଉଦ୍ୟମ କରି ଫେଲ୍‌ ହୋଇଥିଲି। ଏଥର ପାସ ହୋଇଛି। ସେ କେଉଁ ରାଜନୈତିକ ଦଳକୁ ସମର୍ଥନ କରନ୍ତି, ସେ ନେଇ କିଛି କହି ନାହାଁନ୍ତି।

ସୂଚନାଯୋଗ୍ୟ, ବରପାଲିରୁ ଦୀର୍ଘ ୬ କିଲୋମିଟର ରୋଡ଼ ସୋ’ କରି କୁମ୍ଭାରୀ ଠାରେ ପହଞ୍ଚି ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଭାଷଣ ଦେବା ଆରମ୍ଭ କରିବା ମାତ୍ରେ ମଞ୍ଚ ତଳୁ କାର୍ତ୍ତିକ ହଠାତ ବାହାରି ଆସି ମୁଖ୍ୟମନ୍ତ୍ରୀକୁ ଲକ୍ଷ୍ୟ କରି ଜୋତା ଫିଙ୍ଗି ଥିଲା। ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜିବା ପୂର୍ବରୁ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀମାନେ ସାମ୍ନାରେ ଛିଡ଼ା ହୋଇ ଯାଇଥିଲେ ଓ ମୁଖ୍ୟମନ୍ତ୍ରୀକୁ କର୍ଡନ କରି ଦୂରକୁ ନେଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe