ବଦଳିଯିବ କଟକ ଚିତ୍ର: କାଠଯୋଡ଼ିର ତ୍ରିଶୂଳିଆରେ ହେବ ଦ୍ବିତୀୟ ପୋଲ

Advertisment

ଖର୍ଚ୍ଚ ହେବ ୨୪୦ କୋଟି, ମହାନଦୀର ଚହଟାରେ ବି ହେବ ସେତୁ

ଖର୍ଚ୍ଚ ହେବ ୨୪୦ କୋଟି, ମହାନଦୀର ଚହଟାରେ ବି ହେବ ସେତୁ

ବଦଳିଯିବ କଟକ ଚିତ୍ର: କାଠଯୋଡ଼ିର ତ୍ରିଶୂଳିଆରେ ହେବ ଦ୍ବିତୀୟ ପୋଲ

telegraphindia.com

କଟକ : କଟକ ସହରର ରୂପରେଖ ବଦଳିଯିବ। ସଙ୍କୁଚିତ ହୋଇ ରହିଥିବା କଟକ ସହର ଧୀରେଧୀରେ ସମ୍ପ୍ରସାରିତ ହେଉଥିବା ବେଳେ ଏହି ପୋଲ ଦ୍ବାରା ପୁଣିଥରେ ସଂପ୍ରସାରିତ ହେବ। ବାରଙ୍ଗରୁ-ଚୌଦ୍ବାର, ନରାଜ-ମୁଣ୍ଡଳୀରୁ ତ୍ରିଶୂଳିଆ ବାଲିକୁଦା ପର୍ଯ୍ୟନ୍ତ କଟକ ସହରକୁ ପରିବ୍ୟାପ୍ତ କରାଯିବ। ୧୯୮୨ ବିଡ଼ାନାସୀ ଘେରିବନ୍ଧ ଓ ସାଟେଲାଇଟ୍ ସହର ପରିକଳ୍ପନା ପରେ ଏବେ ସରକାର ପୁଣିଥରେ କଟକକୁ ନୂଆ ରୂପ ଦେବାକୁ ମାଷ୍ଟର୍‌ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। କାଠଯୋଡ଼ି ଉପରେ ଦ୍ବିତୀୟ ପୋଲ ନିର୍ମାଣ ନିଷ୍ପତ୍ତି, କଟକ ଓ ଭୁବନେଶ୍ବର ମହାନଗରକୁ ପରସ୍ପର ସହ ଯୋଡ଼ିବାରେ ଅଧିକ ସହାୟକ ହେବ।

ନେତାଜୀ ସେତୁକୁ ଲାଗି ଫୋର୍‌ଲେନ୍ ବା ୪ଥାକିଆ ରାସ୍ତା ଥିବା ଏହି ପୋଲ ନିର୍ମାଣ କରାଯିବ। ବେଲ୍‌ଭ୍ୟୁ ଛକରୁ ଏହା ତ୍ରିଶୂଳିଆକୁ ସଂଯୋଗ କରିବ। ନେତାଜୀ ସେତୁଠାରୁ ଏହା ଅଧିକ ଓସାରିଆ‌ ହେବ। ଏଥିପାଇଁ ନକ୍ସା ପ୍ରସ୍ତୁତ ହୋଇସାରିଛି। ୨୪୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏହି ପୋଲକୁ ଓବିସିସି (ଓଡ଼ିଶା ସେତୁ ନିର୍ମାଣ ବିଭାଗ) କରିବ। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଜଣେ ଯନ୍ତ୍ରୀ କହିଛନ୍ତି। ବ୍ୟାରେଜ୍‌ ଭଳି ଏହି ପୋଲକୁ ନିର୍ମାଣ କରିବା ପାଇଁ ‌ଯୋଜନା ଥିଲେ ବି ସେ ସଂପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଏହି ଦୁଇ ସେତୁ କଟକ ଓ ଭୁବନେଶ୍ବର ଦୁଇ ମହାନଗର ମଧ୍ୟରେ ଗମାନଗମନକୁ ସୁଗମ କରିବ। ଗୋଟିଏ ପୋଲରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଥିବାରୁ ଏଭଳି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ପଟୁ ଭୁବ‌‌ନେଶ୍ବରକୁ ଆସୁଥିବା ସମସ୍ତ ଗାଡ଼ି ଏହି ବାଟଦେଇ ଭୁବନେଶ୍ବର ଯାଉଥିବାରୁ ଏହି ରାସ୍ତାରେ ପ୍ରବଳ ଭିଡ଼ ହେଉଛି। ସେହି କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୋଲ ନିର୍ମାଣ ପରେ ତ୍ରିଶୂଆଳି ଛକ ଓ ବେଲଭ୍ୟୁ ଛକ ସଂପ୍ରସ‌ାରିତ କରାଯିବ। କଟକ କାଠଯୋଡି ରିଂ-ବନ୍ଧ ୬ ଲେନ୍‌ କରାଯିବ।

publive-image

ସେହିଭଳି ଚହଟା ମଧୁସୂଦନ ସେତୁ ନିକଟରେ ମହାନଦୀ ଉପରେ ମଧ୍ୟ ଆଉ ଏକ ପୋଲ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଦୁଇ ପୋଲ ନିର୍ମାଣ ହେବା ପ‌ରେ କଟକ ସହରର ଆୟତନ ​ଢେର୍‌ ଟପିଯିବ। ଏପଟେ ମଧୁସୂଦନ ସେତୁ ନିର୍ମାଣ ପରେ ଏବେ ଚୌଦ୍ବାର ନୂଆପାଟଣା, ଧବେଳଶ୍ବର ପର୍ଯ୍ୟନ୍ତ କଟକ ସହର ପରିବ୍ୟାପ୍ତ ହେବ। ଜଣେ ନିର୍ବାହୀଯନ୍ତ୍ରୀ କହିଛନ୍ତି କି, ସରକାରଙ୍କୁ ଧନ୍ୟବାଦ ଦେବା କଥା, ସେ କଟକ ସହରକୁ ସଂପ୍ରସାରିତ କରିବା ପାଇଁ ଏହି ଦୁଇ ପୋଲ ନିର୍ମାଣ ଭଳି ଐତିହାସିକ ପଦ‌କ୍ଷେପ ନେଇଛନ୍ତି। ସେହିଭଳି ଭିଜନ୍‌-୨୦୩୦ ବା ଏହା ପୂର୍ବରୁ ନରାଜରୁ ଗୋପାଳପୁର ପର୍ଯ୍ୟନ୍ତ କଟକ ରିଂ-ବନ୍ଧ ଭଳି ନଦୀ ଆରପଟେ ଆଉ ଏକ ରିଂ-ବନ୍ଧ ନିର୍ମାଣ କରାଯିବାର ‌ଯୋଜନା ରହିଛି। କାଠଯୋଡ଼ିର ଦୁଇ ରିଂ-ବନ୍ଧ ନିର୍ମାଣ, ସେପଟେ ତାଳଦଣ୍ଡା କେନାଲ ରାସ୍ତାର ସଂପ୍ରସାରଣ କାମ ସରିବା ପରେ ଆସନ୍ତା ୫ରୁ ୧୦ ବର୍ଷ ଭିତ‌ରେ କଟକ ସହରର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe