ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ୍‌ ଖୁବଶୀଘ୍ର : ସ୍ୱାସ୍ଥ୍ୟମନ୍ତ୍ରୀ

Advertisment
କଟକ : କର୍କଟ କେନ୍ଦ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୩୫ ଟପିଲାଣି

Telegraph India

ଭୁବନେଶ୍ୱର: କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ  କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ୍‌ ଖୁବଶୀଘ୍ର ନିର୍ମାଣ ହେବ। ପରିଚାଳନା ସମିତି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କର୍କଟ କେନ୍ଦ୍ରର ଶଯ୍ୟା ସଂଖ୍ୟା ୪୨୫ ହେବ ଏବଂ ଏଥିରେ ନୂଆ ଆଇସିୟୁ ରହିବ। ସେହିଭଳି ଡାକ୍ତର ଅଭାବ ପୂରଣ ନେଇ ପଦକ୍ଷେପ ନିଆଯାଇଛି ଏବଂ ଖୁବ୍ ଶୀଘ୍ର ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯିବ।

ଆଚାର୍ଯ୍ୟ ହରିହର ଆଞ୍ଚଳିକ  କର୍କଟ କେନ୍ଦ୍ର ହେଉଛି ଭାରତର ୨୫ଟି ସ୍ୱୀକୃତିପ୍ରାପ୍ତ କ୍ୟାନସର ଚିକିତ୍ସା କେନ୍ଦ୍ର ମଧ୍ୟରୁ ଅନ୍ୟତମ। ଏହି କେନ୍ଦ୍ରକୁ ୧୯୮୧ ମସିହା ଫେବ୍ରୁଆରି ୧ରେ ପ୍ରତିଷ୍ଠା କରାଯାଇଥିଲା। ଆରମ୍ଭରୁ ଏହା ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲର ରେଡିଓଥେରାପି ବିଭାଗ ଅଧିନରେ ରଖି  ପରିଚାଳନା କରାଯାଉଥିଲା। କିନ୍ତୁ ୧୯୮୪ ମସିହା ଏପ୍ରିଲ ୨୪ ଠାରୁ ଏହାକୁ ସ୍ୱୟଂଶାସିତ କ୍ଷମତା ମିଳିଥିଲା।

ତେବେ ବିଗତ ୪୦ ବର୍ଷ ମଧ୍ୟରେଆଚାର୍ଯ୍ୟ ହରିହର ଆଞ୍ଚଳିକ  କର୍କଟ କେନ୍ଦ୍ର ଓଡ଼ିଶା ଓ ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛି। ଏହି ହସ୍‌ପିଟାଲରେ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ଦିଆଯାଇପାରୁଛି। ହଜାର ହଜାର ରୋଗୀ ଏଠାରେ ଭଲ ହୋଇ ଘରକୁ ଫେରିଛନ୍ତି। ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ଏଠାକୁ ବହୁ ସଂଖ୍ୟାରେ ରୋଗୀ ଆସୁଛନ୍ତି। ଏହି ହସ୍‌ପିଟାଲର ଦ୍ୱିତୀୟ କ୍ୟାମ୍ପସ୍‌ ପ୍ରତିଷ୍ଠା ହେଲେ ରୋଗୀଙ୍କୁ  ଆହୁରି ଭଲ ଚିକିତ୍ସା ଯୋଗାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe