ବାଲେଶ୍ବରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ପ୍ରତିଷ୍ଠା ହେବ ଦ୍ବିତୀୟ କୋଭିଡ୍ ହସପିଟାଲ

ବାଲେଶ୍ବରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ପ୍ରତିଷ୍ଠା ହେବ ଦ୍ବିତୀୟ କୋଭିଡ୍ ହସପିଟାଲ

Sambad English

ବାଲେଶ୍ବର : ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆଜି ବାଲେଶ୍ବର ଗସ୍ତ କରି ସେଠାକାର କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଥିସହିତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଖୁବ୍‌ଶୀଘ୍ର ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସପିଟାଲ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ବାଲେଶ୍ୱର ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ଏବଂ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ବାଲେଶ୍ୱର ଜିଲ୍ଲା ଗସ୍ତ କରି କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଥିଲେ। ଏହି ଟିମ୍‌ ବାଲେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ଜ୍ୟୋତି କୋଭିଡ ହସପିଟାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ବୁଲି ବାସ୍ତବ ସ୍ଥିତିର ଅନୁଧ୍ୟାନ କରିଥିଲେ। ପରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ସିଡିଏମ୍‌ଓ ଡାକ୍ତର ଦୁଲାଳସେନ ଜଗଦ୍ଦେବଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଚିକିତ୍ସକମାନଙ୍କ ସହ ଜିଲ୍ଲାରେ ଉପଲବ୍ଧ କୋଭିଡ ଚିକିତ୍ସାର ସୁବିଧା ଉପରେ ସମୀକ୍ଷା କରିଥିଲେ।

ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ସିଡିଏମଓ ଡାକ୍ତର ଦୁଲାଳସେନ ଜଗଦ୍ଦେବ, ଫକୀରମୋହନ ମେଡିକାଲ କଲେଜ ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ରାମଚନ୍ଦ୍ର ଗିରି ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe