ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ

ଅପରାହ୍ନ ୩ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ବର: ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସ୍ୱାଭାବିକ ହୋଇଛି। ଆଜି ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ଉଠିଛି ହାଜତ ମୃତ୍ୟୁ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ବିରୋଧୀଦଳ ନେତା ଉଦବେଗ ପ୍ରକାଶ କରିଛନ୍ତି।

ଆଜି ଗୃହରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ ଏଥିନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ସବୁ କାର୍ଯ୍ୟସୂଚୀ ବାତିଲ୍ କରି ମୋସନ ଆକାରରେ ଆଲୋଚନା ଦାବି କରିଛନ୍ତି। ସେ ହାଜତ ମୃତ୍ୟୁ ଘଟଣାକୁ ନିନ୍ଦା କରିଛନ୍ତି। ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀଦଳ ନେତା।
ଅପରପକ୍ଷରେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏବେ ରାଜ୍ୟରେ ଜଙ୍ଗଲରାଜ ଚାଲିଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ଶାସକ ଦଳ ପକ୍ଷରୁ ବିଧାୟକ ଅମର ଶତପଥୀ ଏନେଇ ମତ ରଖିଛନ୍ତି। ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ଆଇନଶୃଙ୍ଖଳା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କି ଉତ୍ତର ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe