ଦ୍ବିତୀୟ ଦିନରେ ସିବିଆଇ ତଦନ୍ତ, ଚିଟ୍‌ଫଣ୍ଡ ଏଜେଣ୍ଟମାନଙ୍କୁ ପଚରାଉଚରା

ଦ୍ବିତୀୟ ଦିନରେ ସିବିଆଇ ତଦନ୍ତ, ଚିଟ୍‌ଫଣ୍ଡ ଏଜେଣ୍ଟମାନଙ୍କୁ ପଚରାଉଚରା

ବେତନଟୀ: ମୟୂରଭଞ୍ଜର ବେତନଟୀଠାରେ ସିବିଆଇ(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ର ତଦନ୍ତ ଦ୍ବିତୀୟ ଦିନରେ ପହଞ୍ଚିଛି। ସିବିଆଇ ଟିମ୍‌ ଚିଟ୍‌ଫଣ୍ଡ ଜମାକାରୀଙ୍କ ସମ୍ପର୍କରେ ଯାଞ୍ଚ କରିବା ସହିତ ଏହି ମାମଲାର ଅଧିକ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ଡିଏସ୍‌ପି ବିଜୟ କୁମାର ଆଇଚଙ୍କ ନେତୃତ୍ବରେ ଏକ ଦଳ ବିଭଗର ଚିଟ୍‌ଫଣ୍ଡରେ ନିବେଶ କରିଥିବା ଜମାକାରୀମାନଙ୍କ ଯାଞ୍ଚ କରିବା ସହ ଏହାର ଏଜେଣ୍ଟମାନଙ୍କୁ ପଚରାଉଚରା କରିଛି। ଇଡିର ମାମଲା ନମ୍ବର ୧୫/୨୦୧୮ ମୂଳେ ହୋଇଥିବା ମାମଲାରେ ଏହି ତଦନ୍ତ ଚାଲିଛି ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଜମାକାରୀମାନେ ରଖିଥିବା ବିଭଗର କମ୍ପାନୀର ମୂଳ ପ୍ରମାଣପତ୍ରକୁ ଇଡି ଜବତ୍‌ କରିଛି। ଏହି ପ୍ରମାଣପତ୍ରଗୁଡିକୁ ଜବତ କରିବା ପରେ ଜମାକାରୀମାନଙ୍କୁ ଏକ ଜବତ୍‌ ଶିରୋନାମା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe