ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା 

Advertisment
ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା 

ଦେବଗଡ଼: ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଶନିବାର ଦ୍ବିତୀୟ ସନ୍ଧ୍ୟାରେ ବାଲେଶ୍ବରର ନାୟିକା ଅନୁଷ୍ଠାନ ପକ୍ଷରୁ ‘ତା’ରି ଲାଗି’ ନାଟକ ମଂଚସ୍ଥ ହୋଇଥିଲା। ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ତଥା ଦେବଗଡ଼ ପୌର ଉପନଗରପାଳ ପ୍ରଜିତ ଭୋଜ, ଜିଲ୍ଲା ଓକିଲ ସଂଘ ସଭାପତି ସଚ୍ଚିକାନ୍ତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂପାଦକ ସୁଜିତ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜନ୍ମାଜୟ ନାୟକ ମଞ୍ଚ ପରିଚାଳନା କରିଥିଲେ। ଉପସଭାପତି ପ୍ରକାଶ ଚନ୍ଦ୍ର ଦେବତା ଧନ୍ୟବାଦ ଦେଇଥିଲେ। ସଭା ପରେ ବାଲେଶ୍ବରର ନାୟିକା ଅନୁଷ୍ଠାନ ଦ୍ବାରା ବିଜୟ ମିଶ୍ରଙ୍କ ରଚିତ ଏବଂ ସୁସ୍ମିତା ରଣା ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ତା’ରି ଲାଗି’ ମଂଚସ୍ଥ ହୋଇଥିଲା। ନାଟକର କଥାବସ୍ତୁ ଅନୁସାରେ ବଞ୍ଚିବା ଅପେକ୍ଷା ଜୀବନ ଆହୁରି ବିଚିତ୍ର। ଏକଥା ବିଭିନ୍ନ ଘଟଣାରୁ ଜଣାପଡ଼ିଥାଏ।

publive-image

ବେଳେ ବେଳେ ମନେହୁଏ ଇଏ ଏକ ମନଗଢ଼ା କାହାଣୀ। କିନ୍ତୁ କୁହାଯାଏ ଏ ଦୁନିଆରେ ସବୁଠାରୁ ବିଚତ୍ର ହେଉଛି ମଣିଷ। ଯେମିତି କିଛି ସତ୍ୟ ମନଗଢ଼ା ଭଳି ଲାଗେ। ନାଟକରେ ପ୍ରଦର୍ଶିତ ବିଳାସ ବାବୁଙ୍କ ଜୀବନ କାଳରେ ଗୋଟିଏ ଦିନର ଘଟଣା। ଛୋଟିଆ ଖଣ୍ଡେ କାଗଜ ପାଇଁ ଏମିତି ଏକ ବିଭ୍ରାଟ ସୃଷ୍ଟି ହେବ କେହି କ’ଣ ଭାବିଥିଲା। ବଞ୍ଚି ଆସୁଥିବା ଚରିତ୍ର ଭିତରୁ ବାହାରି ଆସି ସେ ଯେଉଁ ବ୍ୟତିକ୍ରମ ସୃଷ୍ଟି କଲେ ସେଇଟା ସାରା ପରିବାରକୁ ତାଙ୍କ ଚାରିପାଖରେ ଗଢ଼ି ଉଠିଥିବା ସମାଜକୁ ତାଙ୍କଠାରୁ ବିଛିନ୍ନ କରିଦେଲା। ପ୍ରତ୍ୟେକ ମଣିଷ ଏମିତି ବଡ଼ କିଛି ଗୋଟେ ପାଇବା ଆଶାରେ ବର୍ତ୍ତମାନକୁ ତୁଚ୍ଛ କରି ଆଉ ସବୁ ପ୍ରାପ୍ତିକୁ ଗୋଡ଼ରେ ଆଡେଇ ଦେଇ ଗୋଟିଏ ଅନ୍ଧ ଆବେଗରେ ଦୌଡି ଚାଲିଛି। ହୁଏତ ଠିକ ଜାଗାରେ ପହଞ୍ଚି ସେ ଦେଖୁଛି ତା’ ପାଇଁ ୟେ ଦୌଡିବା କିଛି ନୁହେଁ ବୋଲି ନାଟକ ମାଧ୍ୟମରେ କଳାକାରମାନେ ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତରଞ୍ଜନ ଦାସ, ବଂଶୀଧର ସାହୁ, ଶିବାଶିଷ ଝାଙ୍କର, ମଙ୍ଗଳ ମହାକୁଳ, ରାକଶେ ଶତପଥୀ, ଶ୍ରବଣ ନାଏକଙ୍କ ସମତେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe