ଏସ୍‌ସିବିରେ ଦ୍ବିତୀୟ ଯକୃତ ପ୍ରତିରୋପଣ: ଦେଢ଼ମାସ ପରେ ନୂଆ ଜୀବନ ନେଇ ଘରକୁ ଫେରିଲେ ମାନସ

ଦେଢ଼ମାସ ପରେ ଏସ୍‌ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍‌) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି। ଗତ ସେପ୍ଟେମ୍ବର ୯ତାରିଖରେ ମାନସଙ୍କ ଶରୀରରେ ସଫଳତାର ସହ ଯକୃତ ପ୍ରତିରୋପଣ କରାଯାଇଥିଲା।

jgddgjdgjdgjgjd

କଟକ: ଦେଢ଼ମାସ ପରେ ଏସ୍‌ସିବିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯକୃତ(ଲିଭର୍‌) ପ୍ରତିରୋପଣ ହୋଇଥିବା ଦ୍ବିତୀୟ ରୋଗୀ ଖୋର୍ଦ୍ଧା ଅଞ୍ଚଳର ମାନସ ମୁଦୁଲି। ଗତ ସେପ୍ଟେମ୍ବର ୯ତାରିଖରେ ମାନସଙ୍କ ଶରୀରରେ ସଫଳତାର ସହ ଯକୃତ ପ୍ରତିରୋପଣ କରାଯାଇଥିଲା। ପତ୍ନୀ ଛବି ମୁଦୁଲି ଲିଭର୍‌ ଦାନ କରିଥିଲେ। ଅସ୍ତ୍ରୋପଚାର ପରେ ମାନସ ଗତ ଦେଢ଼ମାସ ଧରି ହସ୍ପିଟାଲରେ ଡାକ୍ତମାନଙ୍କ ସ୍ବତନ୍ତ୍ର ତତ୍ତ୍ବାବଧାନରେ ରହିଥିଲେ। ବର୍ତ୍ତମାନ ଉଭୟ ଯକୃତ ଦାତା ଓ ଗ୍ରହିତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆଜି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ସାମ୍ବାଦିକ ସମ୍ମିଳନୀରେ ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଦାୟିତ୍ବରେ ଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଅତିରିକ୍ତ ଅଧୀକ୍ଷକ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ, ଯକୃତ ପ୍ରତିରୋପଣ ବିଭାଗର ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ରାଜେଶ କୁମାର ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଏହା  ହେଉଛି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଦ୍ୱିତୀୟ ସଫଳ ଯକୃତ ପ୍ରତିରୋପଣ। ଗତ ଏପ୍ରିଲ ୩ ତାରିଖରେ କଟକର ଜଣେ ରୋଗୀଙ୍କ ଠାରେ ସଫଳ ଯକୃତ ପ୍ରତିରୋପଣ କରଯାଇଥିଲା। ସେ ମଧ୍ୟ ସୁସ୍ଥ ଅଛନ୍ତି। ରାଜ୍ୟ ସରକାର ରୋଗୀଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe