ଆଜି ଏସ୍‌ସିବିରେ ହେବ ଦ୍ବିତୀୟ ଲିଭର୍‌ ପ୍ରତିରୋପଣ

Advertisment

କଟକ ବଡ଼ ଡାକ୍ତରଖାନାରେ ସୋମବାର ହେବ ଦ୍ୱିତୀୟ ଯକୃତ(ଲିଭର୍‌) ପ୍ରତିରୋପଣ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଏଆଇଜି ଟିମ୍‌ ଏସ୍‌ସିବିରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଦାତା ଓ ଗ୍ରହିତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି।

କଟକ ବଡ଼ ଡାକ୍ତରଖାନାରେ ସୋମବାର ହେବ ଦ୍ୱିତୀୟ ଯକୃତ(ଲିଭର୍‌) ପ୍ରତିରୋପଣ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଏଆଇଜି ଟିମ୍‌ ଏସ୍‌ସିବିରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଦାତା ଓ ଗ୍ରହିତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି।

ଅସୁରକ୍ଷିତ ଏସ୍‌ସିବି ରେକର୍ଡ ରୁମ୍‌: ୪୦ ବର୍ଷ ହେଲା ଆଜବେଷ୍ଟସ ଘରେ ଗଦା ହେଉଛି ରେକର୍ଡ

କଟକ: କଟକ ବଡ଼ ଡାକ୍ତରଖାନାରେ ସୋମବାର ହେବ ଦ୍ୱିତୀୟ ଯକୃତ(ଲିଭର୍‌) ପ୍ରତିରୋପଣ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଏଆଇଜି ଟିମ୍‌ ଏସ୍‌ସିବିରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଦାତା ଓ ଗ୍ରହିତାଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି।

ଏସ୍‌ସିବି ଟ୍ରମା କାଜୁଆଲିଟିର ଚତୁର୍ଥ ମହଲାରେ ଥିବା ମଡୁଲାର୍‌ ଓଟିରେ ଆସନ୍ତାକାଲି ସକାଳ ୮ଟାରୁ ପ୍ରତିରୋପଣ ଆରମ୍ଭ କରାଯିବ। ସରକାରୀ ବ୍ୟବସ୍ଥାରେ ମାଗଣାରେ ଦ୍ବିତୀୟଥର ଲିଭର୍‌ ପ୍ରତିରୋପଣ କରି କଟକ ବଡ ଡ଼ାକ୍ତରଖାନା ନୂଆ ଇତିହାସ ରଚିବାକୁ ଯାଉଛି। ୧୨ ବର୍ଷ ପ୍ରତୀକ୍ଷା ପରେ ଗତ ଏପ୍ରିଲ ୩ ତାରିଖରେ ଏସ୍‌ସିବିରେ ପ୍ରଥମ ଲିଭର୍‌ ପ୍ରତିରୋପଣ ତିଗିରିଆ ଅଞ୍ଚଳର ୪୫ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ କରାଯାଇଥିଲା। ଏଥର ନୟାଗଡ଼ ଅଞ୍ଚଳର ମାନସ କୁମାର ମୁଦୁଲି(୩୯)ଙ୍କ ଶରୀରରେ ତାଙ୍କ ପତ୍ନୀ ଛବି ମୁଦୁଲି(୨୬)ଙ୍କ ଯକୃତ ଲାଗିବ।

ହାଇଦ୍ରାବାଦ୍‌ର ଏଆଇଜି ହସ୍ପିଟାଲ୍‌ରୁ ଆସିଥିବା ୯ଜଣିଆ ଡାକ୍ତରୀ ଦଳରେ ଏଆଇଜି ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ମୁଖ୍ୟ ପ୍ରଫେସର ଡାକ୍ତର ବାଲକ୍ରିଷ୍ଣନ୍‌ ମେନନ୍‌, ଉପ-ସଭାପତି ସନ୍ତୋଷ ସାହୁଙ୍କ ସମେତ ସର୍ଜନ୍‌, ଆନେସ୍ଥେସିଷ୍ଟ, ଓଟି ସହାୟକ ଅଛନ୍ତି। ଏସ୍‌ସିବି ପକ୍ଷରୁ ସିଟିଭିଏସ୍‌ ବିଭାଗ ମୁଖ୍ୟ ତଥା ଅତିରିକ୍ତ ଅଧୀକ୍ଷକ ପ୍ରଫେସର୍‌ ଡାକ୍ତର ମନୋଜ କୁମାର ପଟ୍ଟନାୟକ, ଲିଭର୍‌ ପ୍ରତିରୋପଣ ୟୁନିଟ୍‌ ନୋଡାଲ୍‌ ଅଫିସର୍‌ ପ୍ରଫେସର ଡାକ୍ତର ରାଜେଶ ଦୋରାଙ୍କ ନେତୃତ୍ୱରେ ଏସ୍‌ସିବି ଡାକ୍ତରୀ ଦଳ ଏହି ପ୍ରତିରୋପଣରେ ସମ୍ପୂର୍ଣ୍ଣ ସହଯୋଗ କରିବ। କୁଳସଚିବ ଡକ୍ଟର ଅବିନାଶ ରାଉତ ଏହି ବ୍ୟବସ୍ଥାକୁ ପ୍ରାଶାସନିକ ସ୍ତରରେ ପରିଚାଳନା କରୁଥିବାବେଳେ ଅଧ୍ୟକ୍ଷ ତଥା ଦାୟିତ୍ୱରେ ଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe