‘ଅମ୍ଲାନ୍’ ରାଜ୍ୟ ଟାସ୍କଫୋର୍ସ କମିଟିର ଦ୍ବିତୀୟ ବୈଠକ: ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ନ୍ୟୁଟ୍ରେସନ୍ ଶିକ୍ଷା, ରକ୍ତହୀନତା

Advertisment
ଯାଜପୁର ଅପପୁଷ୍ଟି ଘଟଣା: ସିମାମ୍‌ ଯୋଜନା ବିଫଳ

The Hindu

ଭୁବନେଶ୍ବର : ନ୍ୟୁଟ୍ରେସନ୍ ଜନିତ ଶିକ୍ଷା ଓ ରକ୍ତହୀନତାର ବିଭିନ୍ନ ଦିଗକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ। ଏହାସହ ଉଦ୍ୟାନ କୃଷି, ମହିଳା ଓ ଶିଶୁ ବିକାଶ ଓ ଏସ୍‌ସି ଓ ଏସ୍‌ଟି ବିଭାଗର ମିଳିତ ଉଦ୍ୟମରେ ନ୍ୟୁଟ୍ରି ଗାର୍ଡେନ୍ ମଧ୍ୟ ପ୍ରତିଷ୍ଠା କରାଯିବ। ରକ୍ତହୀନତାର ଶିକାର ହୋଇଥିବା ପିଲାମାନେ ଆଇରନ୍-ଫଲିକ୍ ଏସିଡ ବା ଆଇଏଫ୍‌ଏର ସେବନ ଠିକ୍ ଭାବେ କରୁଛନ୍ତି କି ନାହିଁ ସ୍ପଷ୍ଟ କରିବା ଲାଗି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହାର ସୁପରଭାଇଜ୍ ଦାୟିତ୍ବ ଦିଆଯିବ। ରାଜ୍ୟରେ ରକ୍ତହୀନତା ଦୂର କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଥିବା ଅମ୍ଲାନ୍ ବା ଏନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନର ଦ୍ବିତୀୟ ରାଜ୍ୟ ଟାସ୍କ ଫୋର୍ସ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଟାସ୍କ ଫୋର୍ସର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗ ସେମାନଙ୍କର ପ୍ରସ୍ତାବ ଦେଇଛନ୍ତି। ଏହାକୁ ଭିତ୍ତିକରି ଖୁବଶୀଘ୍ର ଏକ ଗାଇଡଲାଇନ୍ ପ୍ରସ୍ତୁତ କରାଯିବ। ପରବର୍ତୀ ସମୟରେ ‘ଅମ୍ଲାନ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଆସନ୍ତା ସପ୍ତାହ ଭିତରେ ଏଥିପାଇଁ ଗାଇଡଲାଇନ୍ ଜାରି ହେବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe