ଭୁବନେଶ୍ବର: ‘କାଳିଆ’ ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ଏହି ପର୍ଯ୍ୟାୟରେ ପାଖାପାଖି ୧୨ ଲକ୍ଷ ହିତାଧିକାରୀ ପ୍ରଥମ କିସ୍ତି ବାବଦକୁ ୫୦୦୦ ଟଙ୍କା ପାଇବେ। ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ। ବରଗଡ଼ରେ ଏକ ସମାବେଶରେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟର ସହାୟତା ବଣ୍ଟନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ଆଜି ସୂଚନା ଦେଇ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି, ଦ୍ବିତୀୟ ପର୍ଯ୍ୟାୟରେ ତାଲିକାଭୁକ୍ତ େହାଇଥିବା ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସହାୟତା ପାଇବେ। ପାଖାପାଖି ୧୨ ଲକ୍ଷ ଚାଷୀ ଏହି ପର୍ଯ୍ୟାୟରେ ଉପକୃତ ହେବେ। ତେବେ ଆସନ୍ତାକାଲି ଚାଷୀଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଜଣାପଡ଼ିବ। ଏହା ସହ ତୃତୀୟ ପର୍ଯ୍ୟାୟ ସହାୟତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
ଦ୍ବିତୀୟ ପର୍ଯ୍ୟାୟ କାଳିଆ ସହାୟତା ୨୧ରେ
Advertisment
Follow Us