ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍

ରାଜ୍ୟରେ ଦେଢଲକ୍ଷ ବୟସ୍କ ଓ ରୋଗାକ୍ରାନ୍ତ ବ୍ୟକ୍ତି ଟିକା ନେଇସାରିଲେଣି

India TV News

ଭୁବନେଶ୍ବର : ରାଜ୍ୟରେ ଟିକାକରଣ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ଡ୍ରାଏ ରନ୍(ପ୍ରାକ୍ ଅଭ୍ୟାସ) ଶେଷ ହୋଇଛି। ରାଜ୍ୟର ୧୧୦ଟି ସେସନ୍‌ସ ସାଇଟ୍‌ରେ ଡ୍ରାଏ ରନ୍ ହୋଇଥିବା ଜଣାପଡ଼ିଛି। ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ୨୫ଜଣ ଲେଖାଏଁ ସ୍ବେଚ୍ଛାସେବୀଙ୍କୁ ମିଶାଇ ସମୁଦାୟ ୨୭୫୦ ସ୍ବେଚ୍ଛାସେବୀଙ୍କୁ ଡମି ଟିକା ଦିଆଯାଇଛି। ଏହା ପୂର୍ବରୁ ଗତ ୨ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ଅନୁଷ୍ଠିତ ହୋଇଥିଲା।

ଶୁକ୍ରବାର ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଡ୍ରାଏ ରନ୍ କରାଯାଇଥିଲା। ଏଥିରେ ୧୧ଟି ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନ ସାମିଲ ହୋଇଥିଲା। ଏଥିରେ ମୁଖ୍ୟତଃ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିଙ୍କ ଯାଞ୍ଚଠାରୁ ଆରମ୍ଭ କରି ଟିକାଦାନ ଓ ଟିକା ନେବା ପରେ ଅଧଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣ କିଭଳି କରାଯିବ, ତାହାର ଯାଞ୍ଚ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଡ୍ରାଏ ରନ୍ ସମୟରେ ରାଜ୍ୟର କିଛି ସ୍ଥାନରେ କେତେକ ‌ବୈଷୟିକ ସମସ୍ୟା ଦେଖାଦେଇଥିଲା। ଯାହାକୁ ‌ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମାଧାନ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଆଜି ମଧ୍ୟ ସେଭଳି ବୈଷୟିକ ସମସ୍ୟା ସୃଷ୍ଟି ହୋଇଥିବା ନଜରକୁ ଆସିଛି। ତେଣୁ ଏହାର କିଭଳି ସମାଧାନ କରାଯିବ, ତାହା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ରାଜ୍ୟରେ କରୋନା ଟିକାକରଣ ପାଇଁ ୨୯ହଜାର ଟିକାଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ଏହାସହ ପ୍ରାଥମିକ ପର୍ଯ୍ୟାୟରେ ୩.୨୮ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାଦାନ ପାଇଁ ଚିହ୍ନଟ କରାଯାଇଛି। ମାତ୍ର ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଟିକା ସିଧାସଳଖ ଟିକା ଯୋଗାଣକାରୀ ସଂସ୍ଥା ନିକଟରୁ ରାଜ୍ୟକୁ ଆସିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇ ସାରିଛନ୍ତି। ମାତ୍ର କେଉଁ କମ୍ପାନିର ଟିକା ଆସିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe