ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀ ପାଇବେ ‘କାଳିଆ’ ଟଙ୍କା

Advertisment
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଚାଷୀ ପାଇବେ ‘କାଳିଆ’ ଟଙ୍କା

ଭୁବନେଶ୍ୱର: ଶୁକ୍ରବାର ଦିନ କେନ୍ଦ୍ରାପଡ଼ାରେ ଆୟୋଜନ କରାଯାଉଥିବା ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନମାନଙ୍କୁ ‘କାଳିଆ’ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବେ।

ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତଗର୍ତ ବାରୁଅ ଠାରେ ଥିବା ସିଦ୍ଧମଠ ନିକଟରେ ସମାଗମ ସ୍ଥଳ ପ୍ରସ୍ତୁତ ହୋଇଛି। ଏହି ସମାବେଶରେ ୨ ଲକ୍ଷ ଜନସମାବେଶ ହେବ ବୋଲି ଆଶା କରାଯାଉଛି। ଆଇନ୍‌ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

ଜୀବିକା ନିର୍ବାହ ଓ ଆନୁସଙ୍ଗିକ କୃଷିକାର୍ଯ୍ୟ ନିମନ୍ତେ ୧୦ ଲକ୍ଷରୁ ଅଧିକ ଭୂମିହୀନଙ୍କୁ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କାର ସହାୟତା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ମିଳିବ ୫ ହଜାର ଟଙ୍କା। ସହାୟତା ଅର୍ଥରେ ହିତାଧିକାରୀମାନେ ସେମାନଙ୍କ ସୁହାଇବା ଭଳି ଛେଳି, କୁକୁଡ଼ା, ବତକ, ଛତୁ ଓ ମହୁ ଚାଷ ଭଳି ୭ଟି କ୍ଷେତ୍ରରେ ବିନିଯୋଗ କରିପାରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତ କରି ‘କାଳିଆ’ ଯୋଜନାରେ ମୁଖ୍ୟମନ୍ତ୍ରୀ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe