ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ମାର୍ଚ୍ଚ ୭ ତାରିଖଠାରୁ ଆରମ୍ଭ ହୋଇ ଏପ୍ରିଲ୍‍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ଖର୍ଚ୍ଚଦାବି ନେଇ ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।

Advertisment

ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୦ ତାରିଖ ରବିବାର ଓ ୩୧ ତାରିଖ ଇଦୁଲ୍‌ଫିତର୍‌ ପଡୁଥିବାରୁ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ।

ଅଧିକ ପଢ଼ନ୍ତୁ: ୮୭ ଲକ୍ଷ ଟଙ୍କାର ଅନଲାଇନ୍ ନିବେଶ ଠକେଇ ଅଭିଯୋଗ: ଦିଲ୍ଲୀରୁ ମହିଳାଙ୍କୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ୍

ସପ୍ତଦଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ୨୦୨୫ ଫେବ୍ରୁୟାରି ୧୩ରୁ ଫେବ୍ରୁୟାରି ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ ।

ଅଧିକ ପଢ଼ନ୍ତୁ: ଘାରିଛି ରିଲ୍ସ ନିଶା: ଗାଡି ଚଲାଇ ରିଲ୍ସ କରୁଥିଲେ, ସ୍କର୍ପିଓ ସହ କେନାଲରେ ପଶିଗଲେ...