ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ କାଉନ୍‌ସେଲିଂ

Advertisment
ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ କାଉନ୍‌ସେଲିଂ

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ମେଡିକାଲରେ ଖାଲିଥିବା ସିଟ୍‌ ପାଇଁ ମଙ୍ଗଳବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ କାଉନ୍‌ସେଲିଂ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ କାଉନସେଲିଂରେ ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀ ଓ ଏମ୍‌ଆର୍‌ଆଇ ଛାତ୍ରଛାତ୍ରୀ ୭ ତାରିଖରେ ଆବେଦନ କରିପାରିବେ। ୯ ତାରିଖରେ ସର୍ବଭାରତୀୟ କୋଟାରୁ ଫେରିଥିବା ସିଟ୍‌ ସମେତ ରାଜ୍ୟ କୋଟାରେ ଖାଲିଥିବା ସିଟ୍‌କୁ ମିଶାଇ ତାଲିକା ପ୍ରକାଶ ପାଇବ। ସେହିଦିନ ହିଁ ନୂଆ କରି ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ନୋଡାଲ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ କରିବେ। ଅଗଷ୍ଟ ୧୦ରେ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇବ। ୧୩ରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ନାମଲେଖା ଅନୁଷ୍ଠିତ ହେବ।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଯଦି ସିଟ୍‌ ଖାଲି ରହିବ ତେବେ ଅଗଷ୍ଟ ୨୧ ଓ ୨୨ରେ ସ୍ପଟ୍‌ ତଥା ମପ୍‌ ଅପ୍‌ କାଉନସେଲିଂ ଅନୁଷ୍ଠିତ ହେବ। ଅଗଷ୍ଟ ୨୬ ସୁଦ୍ଧା ଛାତ୍ରଛାତ୍ରୀ ମେଡିକାଲ କଲେଜରେ ଯୋଗଦେବାକୁ କୁହାଯାଇଛି। କାଉନ୍‌ସେଲିଂ ପ୍ରକ୍ରିୟା ସରିବା ପରେ ଖାଲିଥିବା ସିଟ୍‌ଗୁଡ଼ିକୁ ଘରୋଇ କଲେଜକୁ ଦିଆଯିବ। ସେମାନେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। ଅଗଷ୍ଟ ୩୧ ସୁଦ୍ଧା ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ନାମଲେଖାଇବେ। ସେପ୍ଟେମ୍ବର ୧ରୁ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠପଢ଼ା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe