ଭକ୍ତଙ୍କ ବିନା ଖାଲି ପଡ଼ିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ କ୍ଷେତ୍ର : କେବେ ହେବ ଭକ୍ତ ଭଗବାନଙ୍କ ମିଳନ

Advertisment

କରୋନା ଛଡ଼େଇ ନେଇଛି ସେବାୟତଙ୍କ ପାଉଣା, ଆର୍ଥିକ ସହାୟତା ଲୋଡ଼ିଲେ

କରୋନା ଛଡ଼େଇ ନେଇଛି ସେବାୟତଙ୍କ ପାଉଣା, ଆର୍ଥିକ ସହାୟତା ଲୋଡ଼ିଲେ

ଭକ୍ତଙ୍କ ବିନା ଖାଲି ପଡ଼ିଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ କ୍ଷେତ୍ର : କେବେ ହେବ ଭକ୍ତ ଭଗବାନଙ୍କ ମିଳନ

ବାରିପଦା : ଭକ୍ତଙ୍କ ବିନା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ କ୍ଷେତ୍ରରେ ଶୂନ୍ୟତା ବିରାଜମାନ କରୁଛି। କେବେ କରୋନା ହଟିବ ଆଉ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ ଘଟିବ। ଏନେଇ ସମସ୍ତେ ଚାହିଁ ରହିଛନ୍ତି। ତେବେ ଏହା ମଧ୍ୟରେ କିନ୍ତୁ ହରିବଳଦେବଜୀଉ ମନ୍ଦିରର ସେବାୟତମାନେ ଆର୍ଥିକ ସହାୟତା ଲୋଡିଛନ୍ତି। ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିବାରୁ କେହି ଆସୁନାହାନ୍ତି। ତେଣୁ ସେବାୟତମାନଙ୍କର ରୋଜଗାରର ଏକ ମାଧ୍ୟମ ଭକ୍ତଙ୍କ ପାଉଣା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେହିପରି ପ୍ରସାଦ ବିକ୍ରି କରି ମଧ୍ୟ କିଛି ଅର୍ଥ ରୋଜଗାର ହେଉଥିଲା। ମାତ୍ର ଏହି ବ୍ୟବସ୍ଥା ମଧ୍ୟ ବନ୍ଦ ଥିବାରୁ ସେବାୟତଙ୍କ ଆୟର ମାଧ୍ୟମ ଏକପ୍ରକାଣ ଠପ୍ ହୋଇଯାଇଛି।

ଏହି ଲକ୍‌ଡାଉନ ମଧ୍ୟରେ ରାମନବମୀ, ଅଶୋକାଷ୍ଟମୀ, ବାସନ୍ତୀ ଦୁର୍ଗାପୂଜା ସରିଛି। ସେହିପରି ଆଗକୁ ପଣା ସଂକ୍ରାନ୍ତି, ଅକ୍ଷୟ ତୃତୀୟା ଭଳି ପ୍ରମୁଖ ପର୍ବ ଆସିବାର ଅଛି। ମାତ୍ର ମିଳୁଥିବା ସୂଚନା ଅନୁସାରେ ଲକ୍‌ଡାଉନର ଅବଧି ପୁନର୍ବାର ବୃଦ୍ଧିଘଟିବାର ଅଛି। ତେଣୁ ସେବାୟତମାନଙ୍କ ଆର୍ଥିକ ଅବସ୍ଥା ଏକପ୍ରକାର ଭୁଷୁଡ଼ିଯାଇଥିବା କୁହାଯାଇଛି। ଦେବୋତ୍ତର ବିଭାଗ ପକ୍ଷରୁ ମଧ୍ୟ ସେଭଳି ପ୍ରାପ୍ୟ ମିଳୁନଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କର ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ହରିବଳଦେବଜୀଉଙ୍କ ପୂଜକ ସେବାୟତ ଅରୁଣ କୁମାର ମିଶ୍ର, ପ୍ରଦୀପ କୁମାର ପଣ୍ଡା, ଦେବକାନ୍ତ ପଣ୍ଡା, କାମେଶ୍ବର ତ୍ରିପାଠୀ ପ୍ରମୁଖ ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe