Secret rituals on Chitalagi Amavasya: Darshan will be closed for 4 hours Photograph: (sambad.in)
ପୁରୀ: ଶ୍ରୀମନ୍ଦିର ଗୁରୁବାର ଶ୍ରଦ୍ଧାଳୁମାନଙ୍କ ପାଇଁ ଚାରି ଘଣ୍ଟା ଲାଗି ବନ୍ଦ ରହିବ। ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜିଉଙ୍କ ଗୁପ୍ତ ରୀତିନୀତି ଅନୁଷ୍ଠିତ ହେବ। ତେଣୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ତେଣୁ, ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଚାରି ଘଣ୍ଟା ପାଇଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।
ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ଶେଷ ହୋଇ ଜୟବିଜୟ ଦ୍ୱାର ବନ୍ଦ ହେବ। ଏହାପରେ ଦଇତାପତି ସେବକମାନେ ଚିତାଲାଗି ପାଇଁ ଗର୍ଭଗୃହରେ ପ୍ରବେଶ କରିବେ।
ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ। ମହାପ୍ରଭୁଙ୍କ ମଥାରେ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗି କରାଯିବ। ସ୍ନାନପୂର୍ଣ୍ଣିମା ପୂର୍ବରୁ ରତ୍ନଖଚିତ ସ୍ୱର୍ଣ୍ଣ ଚିତାକୁ କାଢ଼ି ଦିଆଯାଇଥିଲା । ଚିତା ପୁଣି ଥରେ ଚିତାଲାଗି ଅମାବାସ୍ୟାରେ ଲାଗି କରାଯିବ।
ଶ୍ରୀଜିଉମାନଙ୍କ ମଥାର ଶୀର୍ଷ ଭାଗରେ ପାଟ ଡୋର ସାହାଯ୍ୟରେ ସ୍ୱର୍ଣ୍ଣ ଚିତା ବନ୍ଧା ଯିବ। ଦୈନନ୍ଦିନ ନୀତି ସମାପ୍ତ ହେବା ପରେ, ସେବକମାନେ ତିନି ଠାକୁରଙ୍କ ମଥାରେ ସୁବର୍ଣ୍ଣ ଚିତାଲାଗି କରିବେ।
puri | lord jagannath
Follow Us