ଭୁବନେଶ୍ବର : ଏଣିକି ଧାର୍ଯ୍ୟ ସମୟରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ପୂର୍ବ ବର୍ଷରୁ ଯୋଗ୍ୟ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହେବ। ଏଥିପାଇଁ ଓଡ଼ିଶା ସିଭିଲ୍ ସର୍ଭିସ (ପଦୋନ୍ନତି ସର୍ତ୍ତାବଳୀ) ନିୟମାବଳୀ ୧୯୯୨ରେ ସରକାର ଆବଶ୍ୟକ ସଂଶୋଧନ କରିଛନ୍ତି। ଏ ନେଇ ଗତ ୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏହି ପଦକ୍ଷେପକୁ ସଚିବାଳୟ ସେବା ସଂଘ ସ୍ବାଗତ କରିଛି। ସଂଘ ସଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶଥାଉକି, ଗତ ଅକ୍ଟୋବର ୨୮ ତାରିଖରେ କର୍ମଚାରୀଙ୍କ ପଦୋନ୍ନତି ଧାର୍ଯ୍ୟ ସମୟରେ କରିବା ପାଇଁ ସଂଘ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଗୋଟିଏ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।
ଧାର୍ଯ୍ୟ ସମୟରେ ପଦୋନ୍ନତି ନେଇ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲା ସଚିବାଳୟ ସେବା ସଂଘ
Advertisment
Follow Us