କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ୍ କାମର ସମୀକ୍ଷା କଲେ ୫-ଟି ସଚିବ

Advertisment
କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ୍ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ: ଆଜି ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ୧.୫୫ କିମି ଲମ୍ବର ନବୀକରଣ କାମ ଶେଷ ହୋଇଯାଇଛି। ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ଜାତୀୟ ରାଜପଥ ଯାଏଁ ୩.୫୫ କିମି ଯାଏଁ ନବୀକରଣ କରାଯିବ।

publive-image

ଆଗାମୀ ୧୦ ଦିନ ମଧ୍ୟରେ ଏହି କାମ ପାଇଁ କେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ତାହାର ତାଲିକା ପ୍ରଦାନ କରିବାକୁ ୫- ଟି ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କଟକ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଛନ୍ତି ୫-ଟି ସଚିବ । ଏହି ଗସ୍ତ ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହିତ ପୂର୍ତ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରୀଷ୍ଣା, ଆରଡିସି, ସିଏମସି କମିଶନର ଅନନ୍ୟା ଦାସ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe