ସଚିବସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର: କ୍ରୀଡ଼ା ବିଭାଗରୁ ବଦଳିଲେ ଭିନିଲ କ୍ରିଷ୍ଣା, ଭାସ୍କର ଜ୍ୟୋତି ଶର୍ମାଙ୍କୁ ନୂଆ ଦାୟିତ୍ବ

ମୁଖ୍ୟସଚିବଙ୍କ ନିର୍ଦ୍ଦେଶକୁ ବି ଟାଳିଦେଲେ: ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଉପକଣ୍ଠବାସୀ

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ସଚିବସ୍ତରରେ ଅଦଳବଦଳ କରିଛନ୍ତି। ୨୦୦୫ ବ୍ୟାଚ୍‌ର ଆଇଏଏସ୍‌ ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ବିଭାଗରୁ ବଦଳି ହୋଇଛି। ତାଙ୍କୁ ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାବେ ନିଯୁକ୍ତି ମିଳିଛି। ଭିନିଲ କ୍ରିଷ୍ଣାଙ୍କ ସ୍ଥାନରେ ୧୯୯୯ ବ୍ୟାଚର ଆଇଏଏସ୍‌ ତଥା ଭୂମି ଅଭିଲେଖ ଓ ବ‌ନ୍ଦୋବସ୍ତ କମିସନର ଭାସ୍କରଜ୍ୟୋତି ଶର୍ମାଙ୍କୁ ଦାୟିତ୍ବ ମିଳିଛି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ତଥା ୧୯୯୩ ବ୍ୟାଚ୍‌ର ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ୧୯୯୩ ବ୍ୟାଚର ଆଇଏଏସ୍‌ ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ବିଭାଗ ସହିତ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ମିଳିଛି। ୧୯୯୪ ବ୍ୟାଚର ଆଇଏଏସ୍‌ ଜି ମାଥିଭାଥନନଙ୍କୁ ଗୋପବନ୍ଧୁ ଏକାଡେମୀରେ ନିଯୁକ୍ତି ମିଳିଛି। ସେହିପରି ୧୯୯୫ ବ୍ୟାଚର ଆଇଏଏସ୍‌ ହେମନ୍ତ ଶର୍ମାଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି।

୧୯୯୬ ବ୍ୟାଚର ଆଇଏଏସ୍‌ ତଥା ଓଏସ୍‌ଏସ୍‌ଏସ୍‌ସିର ଅଧ୍ୟକ୍ଷ ସାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ୧୯୯୬ ବ୍ୟାଚର ଆଇଏଏସ୍‌ ଉଷା ପାଢ଼ୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ୧୯୯୬ ବ୍ୟାଚର ବିଶାଳ କୁମାର ଦେବଙ୍କୁ ଆଇଟି ବିଭାଗରେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe