ଓଳାଶୁଣି ଗୁୁମ୍ଫାରେ ୧୪୪ ଧାରା ଜାରି

କେବଳ ନୀତିକାନ୍ତି ଅନୁଯାୟୀ ମହାପୁରୁଷଙ୍କ ବ୍ରହ୍ମଲୀନ ଦିବସ ପାଳନ, ମେଳା ପଡ଼ିଆ ଖାଁ ଖାଁ

ଓଳାଶୁଣି ଗୁୁମ୍ଫାରେ ୧୪୪ ଧାରା ଜାରି

ଚଣ୍ଡିଖୋଲ : କୋଭିଡ୍‌ କଟକଣା ଯୋଗୁଁ ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପୀଠରେ ୧୪୪ ଧାରା ଜାରି କରାଯାଇଥିବାରୁ ମେଳା ପଡ଼ିଆ ଖାଁ ଖାଁ ରହିଛି। କେବଳ ନୀତିକାନ୍ତି ଅନୁଯାୟୀ ଆଜି ମହାପୁରୁଷଙ୍କ ପବିତ୍ର ସମାଧି ଦିବସ ବା ବ୍ରହ୍ମଲୀନ ଦିବସ ପାଳନ କରାଯାଇଛି।

ବଡ଼ଚଣା ବ୍ଲକ ଓଳାଶୁଣୀ ପାହାଡ଼ ଶୀର୍ଷ ଦେଶରେ ରହିଛି ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କର ସମାଧି ମନ୍ଦିର। ୧୮୪ ବର୍ଷ ପୂର୍ବରୁ ମାଘକୃଷ୍ଣ ଏକାଦଶୀ ତିଥିରେ ମହାପୁରୁଷ ଅରକ୍ଷିତ ଦାସଙ୍କର ବ୍ରହ୍ମଲୀନ ଘଟିଥିଲା। ଏହି ବ୍ରହ୍ମଲୀନ ଦିବସକୁ ସମାଧି ପୀଠ ପରିସରରେ ପାଳନ କରାଯାଇ ଆସୁଛି। ୧୦ ଦିନଧରି ଏଠାରେ ପ୍ରସିଦ୍ଧ ମେଳା ହୋଇଥାଏ। ପାହାଡ଼ର ପଶ୍ଚିମପଟ ପାଦଦେଶ ମେଳା ପଡ଼ିଆରେ ହଜାର ସଂଖ୍ୟାରେ ଦୋକାନ ଖୋଲିଥାଏ। କୋଭିଡ୍‌ କଟକଣା ପାଇଁ ଏଥର ଶ୍ରଦ୍ଧାଳୁଙ୍କୁ ନିରାଶ ହେବାକୁ ପଡ଼ିଛି। ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ପାହାଡ଼ର ପଶ୍ଚିମ ପଟ ପାଦଦେଶରେ ବାଉଁଶ ବାଡ଼ ଦିଆଯାଇ ପରିସ୍ଥିତି ଉପରେ ନଜର ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe