୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ବେଲପଡ଼ା ତହସିଲର ସେକ୍ସନ ଅଫିସର

୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ବେଲପଡ଼ା ତହସିଲର ସେକ୍ସନ ଅଫିସର

ପାଟଣାଗଡ଼: ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବେଲପଡ଼ା ତହସିଲର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ। ପାଟଣାଗଡ଼ କଲେଜ ଛକ ନିକଟ ଗଙ୍ଗାଧର ପାର୍କଠାରେ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ସେ ଧରାପଡ଼ିଥିବା ଜଣାପଡ଼ିଛି।

publive-image

ସ୍ଥାନୀୟ ଗଙ୍ଗାଧର ପାର୍କରୁ କର୍ମଚାରୀ ଯୁଗଳ କିଶୋର ରାଉତଙ୍କୁ କାବୁ କରିବା ପରେ ତାଙ୍କ ପାଟଣାଗଡ଼ ବଡ଼ପଡା ସ୍ଥିତ ଘରକୁ ନିଆ ଯାଇଥିବା ଓ ବର୍ତ୍ତମାନ ତଦନ୍ତ ଚାଲିଥିବା ଜଣାପଡ଼ିଛି। ସେ  ଏକ ମ୍ୟୁଟେସନ କାମରେ ଟଙ୍କା ଲାଞ୍ଚ ନେଉଥିବା ସୂଚନା ମିଳିଛି। ଏବେ ଭିଜିଲାନ୍ସ ଟିମ୍ ବେଲପଡ଼ା ତହସିଲ ଅଫିସରେ ବି ଚଢ଼ାଉ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe