ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଲାଗି : ବିମାନବନ୍ଦରରେ ମିଳିତ ବୈଠକ

Advertisment

ବିମାନବନ୍ଦର କର୍ତୃପକ୍ଷଙ୍କୁ ଧମକ

ବିମାନବନ୍ଦର କର୍ତୃପକ୍ଷଙ୍କୁ ଧମକ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଲାଗି : ବିମାନବନ୍ଦରରେ ମିଳିତ ବୈଠକ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଲାଗି ଆଜି ବିମାନବନ୍ଦରରେ ସ୍ୱତନ୍ତ୍ର ସୁରକ୍ଷା ଦଳ (ଏସ୍‌ପିଜି), ସିଆଇଏସ୍‌ଏଫ୍‌ ଓ କମିସନରେଟ ପୁଲିସ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କ’ଣ ସୁରକ୍ଷା ବନ୍ଦୋବସ୍ତ କରାଯିବ, ସେ ସଂପର୍କରେ ବୈଠକରେ ବିଶଦ୍‌ ଭାବେ ଆଲୋଚନା କରାଯାଇଥିଲା। ଡିସିପି ଅନୁପ ସାହୁ ବିମାନବନ୍ଦରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ।

ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଏସ୍‌ପିଜି, ସିଆଇଏସ୍‌ଏଫ୍‌ ଓ କମିସନରେଟ ପୁଲିସ ମିଳିତ ଭାବେ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅଫ୍‌ ଅପରେସନ୍‌) ମାଧ୍ୟମରେ ସୁରକ୍ଷା ଯୋଗାଇଦେବ।

ଅନ୍ୟପକ୍ଷରେ ଭୁବନେଶ୍ୱର ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କୁ କେହି ଜଣେ ବ୍ୟକ୍ତି କିଛି ଦିନ ହେବ ୭୮୭୩୬୦୫୯୩୩ ମୋବାଇଲରୁ ଧମକ ଦେଇ ଆସୁଛି। ଏ ନେଇ ବିମାନବନ୍ଦର କର୍ତୃପକ୍ଷ ଏୟାରଫିଲଡ୍‌ ଥାନାରେ ଅଭିଯୋଗ କରିବାରୁ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ପୁଲିସ ପକ୍ଷରୁ କୁହାଯାଇଛି, ଏଭଳି ଫୋନ୍‌ କଲ୍‌ ମିଥ୍ୟା ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର କିଛି ଦିନ ପୂର୍ବରୁ ବିମାନବନ୍ଦର ନିର୍ଦେଶକଙ୍କ ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌କୁ ଏଭଳି ଫୋନ୍‌ କଲ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe