ଚନ୍ଦ୍ରଭାଗା ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ଢିଲା

ଚନ୍ଦ୍ରଭାଗା ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ଢିଲା

India

କୋଣାର୍କ : ମହାମାରୀ କରୋନାର ଦ୍ବିତୀୟ ଲହରୀ ତାର କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରବାସୀମାନଙ୍କର ଗାଁକୁ ଫେରିବା ଉପରେ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଗାଁକୁ ଫେରିବାକୁ ହେଲେ ୭୨ ଘଣ୍ଟା ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ପ୍ରବାସୀଙ୍କଠାରୁ କରୋନା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଓ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମାତ୍ର ଚନ୍ଦ୍ରଭାଗା ଉପକୂଳ ଦେଇ ପ୍ରବାସୀମାନେ କୋଣାର୍କରେ ପ୍ରବେଶ କରିବାର ସବୁବାଟ ଖୋଲା ରହିଛି।

ଚନ୍ଦ୍ରଭାଗାରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମୟରେ ଉକ୍ତ ଡଙ୍ଗାରେ ପ୍ରବାସୀମାନେ ଫେରିବା ଅସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଛି। ଗତବର୍ଷ କରୋନାର ପ୍ରଥମ ଲହରୀ ସମୟରେ ଜଳପଥ ଦେଇ ମତ୍ସ୍ୟଜୀବୀମାନେ ବିଶାଖପାଟଣା, ହାଇଦ୍ରାବାଦ ଭଳି ସ୍ଥାନରୁ ଚନ୍ଦ୍ରଭାଗା ନୋଳିଆସାହିକୁ ପଳାଇ ଆସିଥିଲେ।ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ଉପକୂଳରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ କେଉଁମାନେ ଅନ୍ୟ ରାଜ୍ୟରୁ ଚନ୍ଦ୍ରଭାଗା ନୋଳିଆସାହିକୁ ଫେରୁଛନ୍ତି ପ୍ରଶାସନ ସେ ଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି। ଗତକାଲି ନୋଳିଆ ସାହିରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କର ପରିବାର ସଦସ୍ୟଙ୍କ କରୋନା ଚିହ୍ନଟ ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପୁରୀ ପଠାଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe