ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓ ଡମ୍ପକୁ ଉଦ୍ଧାର କରିଛନ୍ତି। ଏହି ମାଓ ଡମ୍ପରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ଔଷଧ ସମେତ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଜଂଗଲରେ ବନ୍ଧୁକ ସହ ବିସ୍ଫୋରକ ଓ ଅନ୍ୟ ସାମଗ୍ରୀ ଲୁଚାଇ ରଖିଥିଲେ। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢାଉ କରି ଏହି ଡମ୍ପକୁ ଉଦ୍ଧାର କରିଛନ୍ତି।

Advertisment

ଆହୁରି ପଢ଼ନ୍ତୁ: Mohan Charan Majhi: ଆମ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ନାରାୟଣପୁର ଜିଲ୍ଲାର କହକାମେଟା ଥାନା ଅନ୍ତର୍ଗତ ମାଦାଡ ଅଂଚଳରେ ଏହି ଡମ୍ପ ରହିଥିଲା। ଆବୁଝାମାଡ ଜଂଗଲରୁ ନକ୍ସଲ ଏବେ ହଟିବା ପରେ ଯବାନ ଏହି ଜଂଗଲକୁ କବଜା କରିନେଇଛନ୍ତି। ଜଂଗଲର କୋଣ ଅନୁକୋଣ ଖୋଜି ସେଠାରୁ ମାଓ ସାମଗ୍ରୀ ଜବତ କରାଯାଉଛି। ଆବୁଝାମାଡ ନକ୍ସଲଙ୍କର ରାଜଧାନୀ ଥିଲା। ସେଠାରେ ନକ୍ସଲ ସୁରକ୍ଷିତ ରହିପାରୁଥିଲେ। କିନ୍ତୁ ଏବେ ଯବାନ ଏହି ଅଂଚଳକୁ ଘନ ଘନ ଗସ୍ତ କରି ନକ୍ସଲଙ୍କୁ ବେକଫେଟକୁ ନେଇଛନ୍ତି।

ଆହୁରି ପଢ଼ନ୍ତୁ: Kalpana Lenka: ‘ଗ୍ରାଉଣ୍ଡ ଜିରୋରୁ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବି’: ରାଜ୍ୟ ବିଜେପିର ଜଣାଶୁଣା ନେତ୍ରୀ କଳ୍ପନା ଲେଙ୍କା