ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍‌ରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜଣେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ବ୍ୟକ୍ତି ହେଲେ ପ୍ରଶାନ୍ତ ପ୍ରଧାନ (୪୫)।

ସୂଚନା ପ୍ରକାରେ, ରାଇକିଆ ବ୍ଳକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମର ପ୍ରଶାନ୍ତ ପ୍ରଧାନ ଦୀର୍ଘ ଅଢେଇ ମାସ ହେବ ଘରୋଇ ସଂସ୍ଥା ‘ଗ୍ରୀନ’ ପକ୍ଷରୁ ନିଯୁକ୍ତି ପାଇ ସ୍ଥାନୀୟ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ରାତି ଡ୍ୟୁଟି ଥିଲା ଓ ତାଙ୍କ ଭଣଜା ସହିତ ସେ ରାତିରେ ଡ୍ୟୁଟି ରୁମରେ ଶୋଇଥିଲେ। କିନ୍ତୁ ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଜଣା ପଡ଼ିଥିଲା।

ତେବେ ତାଙ୍କ ପରିବାର ଲୋକ ଘଟଣାସ୍ଥଳକୁ ପହଞ୍ଚିବା ପରେ ୧୦୮ ଆମ୍ବୁଲାନ୍ସ ଦ୍ବାରା ଉକ୍ତ  ଶବକୁ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା। ସେ ବିବାହିତ ଅଟନ୍ତି ଓ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି। ସମୁଦାୟ ୩ ଜଣ ସୁରକ୍ଷା କର୍ମୀ ଓ ଜଣେ ଏହି ଷ୍ଟାଡିୟମ୍‌ର ଇନ୍‌ଚାର୍ଜ ରହିଛନ୍ତି। ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି। ପରିବାର ପକ୍ଷରୁ ମୃତକଙ୍କ ପିତା ସେ ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ପକ୍ଷରୁ ମାମଲା ରାଜୁ କରି ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe