Security guard dies under suspicious circumstances Photograph: (sambad.in)
ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଗୋପାଳପୁର ଥାନା ତାଳପଦା କଳମଗଡ଼ିଆ ସାହି ନିକଟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହ ଜଣକ ଭାବେ ମୃତ୍ୟୁ ଘଟିଛି। ମୃତ ସିକ୍ୟୁରିଟି ଗାର୍ଡଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ବିହାର ଅଞ୍ଚଳର ହୋଇଥିବା ଜଣାପଡିଛି। କଳମଗଡ଼ିଆ ସାହି ନିକଟରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସିକ୍ୟୁରୁଟି ଭାବେ ବ୍ୟକ୍ତି ଜଣଙ୍କ କାର୍ଯ୍ୟ କରୁଥିଲେ।
ଗତକାଲି ରାତିରେ ଡ୍ୟୁଟିକୁ ଆସିଥିବା ବେଳେ ଗୁରୁବାର ସକାଳେ ତାଙ୍କ ମୃତ ଦେହ ଦେଖି ସ୍ଥାନୀୟ ଲୋକେ ଗୋପାଳପୁର ପୁଲିସକୁ ଖବର ଦେଇଥିଲେ।
ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ନେବା ସହିତ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
Baleswar
Follow Us