ପ୍ରାର୍ଥୀଙ୍କ ପାଖରେ ରହିବେ ସୁରକ୍ଷାକର୍ମୀ

Advertisment

କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ; ବେଆଇନ୍‌ ମଦ, ଅସ୍ତ୍ରଶସ୍ତ୍ର, ଟଙ୍କା ଚାଲାଣ ଉପରେ ନଜର

କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ; ବେଆଇନ୍‌ ମଦ, ଅସ୍ତ୍ରଶସ୍ତ୍ର, ଟଙ୍କା ଚାଲାଣ ଉପରେ ନଜର

ପ୍ରାର୍ଥୀଙ୍କ ପାଖରେ ରହିବେ ସୁରକ୍ଷାକର୍ମୀ

udaipurtimes.com

କଟକ : ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀମାନଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯବ। ଯେଉଁମାନଙ୍କ ପ୍ରତି ଆକ୍ରମଣର ଆଶଙ୍କା ରହିଛି କିମ୍ବା ଯେଉଁ ପ୍ରାର୍ଥୀଙ୍କ ଅଧୀନରେ ସମ୍ବେଦନଶୀଳ ଅଞ୍ଚଳ ରହିଛି ସେଠାରେ ପର୍ଯ୍ୟାପ୍ତ ପୁଲିସ୍‌ ମୁତୟନ କରାଯିବ। ଗତ କିଛିଦିନ ଧରି ବିଜେପି, କ˚ଗ୍ରେସ ଓ ବିଜେଡିର ପ୍ରାର୍ଥୀ ଓ ନେତାମାନଙ୍କୁ ଆକ୍ରମଣ କରାଯାଉଥିବାରୁ ଓଡ଼ିଶା ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି। ତେବେ ସବୁ ପ୍ରାର୍ଥୀଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ ନାହିଁ। କେବଳ ଯେଉଁମାନଙ୍କ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ତଥ୍ୟ ମିଳିଥିବ ସେମାନଙ୍କୁ ସୁରକ୍ଷାକର୍ମୀ ଯୋଗାଇ ଦିଆଯିବ। ଏନେଇ ପୂର୍ବରୁ ନିର୍ବାଚନ କମିସନ ଗାଇଡ୍‌ଲାଇନ୍‌ ଦେଇସାରିଛି। ତେଣୁ ସ୍ଥାନୀୟ ପୁଲିସ୍‌ ଅଧିକାରୀମାନେ ସ˚ପୃକ୍ତ ପ୍ରାର୍ଥୀମାନଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ କୁହାଯାଇଛି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ଗତ କିଛି ଦିନ ହେବ ଅଶାନ୍ତ ବାତାବରଣ ଲାଗି ରହିଛି। ପ୍ରାର୍ଥୀମାନଙ୍କ ଉପରକୁ ବୋମାମାଡ଼ ଏବ˚ ସ˚ଘବଦ୍ଧ ଆକ୍ରମଣ ହେଉଥିବା ଅଭିଯୋଗ ହେଉଛି। ଏପରିକି ନିର୍ବାଚନ ଦିନ ବିଶୃଙ୍ଖଳା ଆହୁରି ବଢିପାରେ ବୋଲି ଅନୁମାନ କରାଯାଇଛି। ତେଣୁ କିଛି ଅସାମାଜିକ ଗୋଷ୍ଠୀ ଏହାର ଫାଇଦା ନେବାକୁ ଉଦ୍ୟମ କରିପାରନ୍ତି। ଏଭଳି ବିଶୃଙ୍ଖଳାକୁ ରାଜନୈତିକ ଆକ୍ରୋଶର ନାମ ଦେଇ ଅଧକ ଉସୁକାଇବା ଭଳି ପରିସ୍ଥିତି ହୋଇପାରେ। ତେଣୁ ଏଭଳି ପରିସ୍ଥିତି ଉପୁଯିବା ପୂର୍ବରୁ ଏହାକୁ କିପରି ପ୍ରତିହତ କରାଯାଇପାରିବ ସେ ନେଇ ଓଡ଼ିଶା ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ନୟାଗଡ଼, ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ। ଏସବୁ ସ୍ଥାନରେ ହି˚ସାକାଣ୍ତକୁ ଏଡାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସିଏପିଏଫ୍‌, ଓଏସ୍‌ଏପି, ଆଇଆର‌୍‌ବି ଓ ଅନ୍ୟାନ୍ୟ ସୁରକ୍ଷାକର୍ମୀମାନେ ନିୟୋଜିତ ହୋଇଛନ୍ତି। ଯେଉଁସ୍ଥାନରେ ହି˚ସାକାଣ୍ତର ସୂଚନା ମିଳିବ, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ପି ଓ ଡିସିପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ଭଳି ଏହି ପର୍ଯ୍ୟାୟରେ ପ୍ରତ୍ୟେକ ବୁଥ୍‌ରେ ପହଞ୍ଚିବା ଭଳି ମୋବାଇଲ୍‌ ପାର୍ଟି ପଠାଯାଇଛି। ପ୍ରତ୍ୟେକ ମୋବାଇଲ୍‌ ପାର୍ଟି ଅନ୍ୟୂନ ୧୦ରୁ ୧୨ଟି ବୁଥ୍‌ ଉପରେ ନଜର ରଖିବେ। ମତଦାନ କରିବାକୁ ଆସୁଥିବା ଭୋଟରମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ପୁଲିସ୍‌ କର୍ମଚାରୀମାନେ ଧ୍ୟାନ ଦେବେ। ମୋବାଇଲ୍‌ ପାର୍ଟି, ସେକ୍ଟର ଅଫିସର ଓ ଅନ୍ୟାନ୍ୟ ପାଟ୍ରୋଲି˚ ପାର୍ଟି ମଧ୍ୟରେ ଭଲ ସାମଞ୍ଜସ୍ୟ ରହିବା ଆବଶ୍ୟକ। ଆବ୍ୟଶକ ହେଲେ ସିଏପିଏଫ୍‌ ଦ୍ବାରା ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଫ୍ଲାଗ୍‌ ମାର୍ଚ୍ଚ କରାଯିବ। ଏହାଛଡ଼ା ଗାଡ଼ି ଗୁଡ଼ିକର ଯାଞ୍ଚକୁ ମଧ୍ୟ କଡ଼ାକଡି କରାଯାଇଛି। କେବଳ ଚାରିଚକିଆ ନୁହେଁ, ଦୁଇ ଚକିଆ ଯାନ ଉପର ମଧ୍ୟ ତୀକ୍ଷ୍‌ଣ ନଜର ରହିବ। ବେଆଇନ୍‌ ମଦ, ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ କିମ୍ବା ବେଆଇନ୍‌ ଭାବେ ନଗଦ ଅର୍ଥ ସାଙ୍ଗରେ ନେଉଥିଲେ ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe