Image Courtesy of NDTV
ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ପଞ୍ଚପଡା ଗ୍ରାମର ଦିନେଶ ପଟେଲ (୩୮) ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।
ମୃତ ଯୁବକ ପଞ୍ଚପଡା ସ୍ଥିତ ମେଡିକାଲ ସାମ୍ନାରେ ଥିବା ପୌରପରିଷଦର ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସଦର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Follow Us