ଷ୍ଟ୍ରଙ୍ଗରୁମ ନିରୀକ୍ଷଣ କଲେ ସୁରକ୍ଷା ପର୍ଯ୍ୟବେକ୍ଷକ ଆଇପିଏସ୍ ପିଏଲ୍ ମାଲ୍

ଷ୍ଟ୍ରଙ୍ଗରୁମ ନିରୀକ୍ଷଣ କଲେ ସୁରକ୍ଷା ପର୍ଯ୍ୟବେକ୍ଷକ ଆଇପିଏସ୍ ପିଏଲ୍ ମାଲ୍

ଜୟପୁର: ସ୍ଥାନୀୟ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରସ୍ଥ ହ୍ୟୁମାନିଟି ବ୍ଲକ ପରିସରରେ ଜୟପୁର ‌ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଇଛି ଷ୍ଟ୍ରଙ୍ଗରୁମ। ଏହି ଷ୍ଟ୍ରଙ୍ଗରୁମର ନିରୀକ୍ଷଣ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନ ଦ୍ବାରା ନିଯୁକ୍ତ ଆଇପିଏସ୍ ପିଏଲ୍ ମାଲ୍। ସେ ସବୁ ରୁମର ସୁରକ୍ଷା ବ୍ୟବସ୍ଥା କଣ କଣ କରାଯାଇଛି।

କେତେ ଜଣ ଅସ୍ତ୍ରଶସ୍ତ୍ରଧାରୀ ବିଏସଏଫ୍ ଓ ସ୍ଥାନୀୟ ପୁଲିସ ନିୟୋଜିତ ହୋଇଛନ୍ତି ଆଦି ସ୍ଥାନୀୟ ଟାଉନଥାନା ଅଧିକାରୀ ରମଣୀ ରଂଜନ ପ୍ରଧାନ, ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe