ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯାଇ ବିଫଳ ହୋଇଛନ୍ତି। ଗାଙ୍ଗଲୁର ଥାନା ଅଞ୍ଚଳର ଦୁର୍ଗମ ପିଡ଼ିଆ କ୍ୟାମ୍ପରେ ଅବସ୍ଥାପିତ ସିଆରପିଏଫ ଯବାନ ସର୍ଚ୍ଚ ଓପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ। ନକ୍ସଲ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନୂଆ ନୂଆ ରଣନୀତି କରୁଛନ୍ତି।
ତୁରନ୍ତ ଯବାନ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକିଥିଲେ। ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଥିଲେ। ନକ୍ସଲ ଏବେ ବୋତଲ ଦ୍ୱାରା ବୋମା ତିଆରି କରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି।
କିନ୍ତୁ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦିଆଯାଇପାରିଛି ବୋଲି କୁହାଯାଉଛି। ସେହି ଅଞ୍ଚଳରେ ଯବାନ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।
ଅଧିକ ପଢ଼ନ୍ତୁ: ସ୍ବାଧୀନତାର ୭୭ ବର୍ଷ ପରେ ନକ୍ସଲପ୍ରବଣ ୪ଟି ଗାଁରେ ମତଦାନ
ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ବୋମା ଖଞ୍ଜୁଥିବା ବେଳେ ସାଧାରଣ ନାଗରିକ ଏଥିରେ ଫସି ମୃତ୍ୟୁବରଣ କରୁଛନ୍ତି। ତେବେ ମାଓବାଦୀଙ୍କ ସମସ୍ତ ଚାଲ୍କୁ ଯବାନ ବିଫଳ କରିବାରେ ସଫଳ ହେଉଥିବାରୁ କୌଣସି ବଡ଼ ଦୁର୍ଘଟଣା ଘଟୁ ନାହିଁ।
ଅଧିକ ପଢ଼ନ୍ତୁ:ଡାକ୍ତରଖାନାରେ ଭର୍ତ୍ତି ହେଲେ ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/24/FENgT6ClG3wTi0Dga4qo.jpg)