୫୦ ଲକ୍ଷ ଟଙ୍କାର ବିହନ ପୋତିଲେ: ଗୋଟିଏ ବି ତାଳଗଛ ଉଠିଲାନି

Advertisment

ପୂର୍ବରୁ ବିଭିନ୍ନ ଦୁର୍ନୀତି ମାମଲାରେ ବଲାଙ୍ଗୀର ବନ ବିଭାଗ ଛନ୍ଦି ହୋଇଛି। ଜଙ୍ଗଲ ଭିତରେ ମନରେଗାରେ ମୋରମ ରାସ୍ତା ତିଆରି ହେଉ କି ଜୀବଜନ୍ତୁଙ୍କ ପାଇଁ କ୍ଷୁଦ୍ର ଜଳାଶୟ ଖନନ; ପ୍ରତିବର୍ଷ କୋଟି କୋଟି ଟଙ୍କାର ଦୁର୍ନୀତି ସାମନାକୁ ଆସୁଛି।

ପୂର୍ବରୁ ବିଭିନ୍ନ ଦୁର୍ନୀତି ମାମଲାରେ ବଲାଙ୍ଗୀର ବନ ବିଭାଗ ଛନ୍ଦି ହୋଇଛି। ଜଙ୍ଗଲ ଭିତରେ ମନରେଗାରେ ମୋରମ ରାସ୍ତା ତିଆରି ହେଉ କି ଜୀବଜନ୍ତୁଙ୍କ ପାଇଁ କ୍ଷୁଦ୍ର ଜଳାଶୟ ଖନନ; ପ୍ରତିବର୍ଷ କୋଟି କୋଟି ଟଙ୍କାର ଦୁର୍ନୀତି ସାମନାକୁ ଆସୁଛି।

ffsxccd

ବଲାଙ୍ଗୀର: ପୂର୍ବରୁ ବିଭିନ୍ନ ଦୁର୍ନୀତି ମାମଲାରେ ବଲାଙ୍ଗୀର ବନ ବିଭାଗ ଛନ୍ଦି ହୋଇଛି। ଜଙ୍ଗଲ ଭିତରେ ମନରେଗାରେ ମୋରମ ରାସ୍ତା ତିଆରି ହେଉ କି ଜୀବଜନ୍ତୁଙ୍କ ପାଇଁ କ୍ଷୁଦ୍ର ଜଳାଶୟ ଖନନ; ପ୍ରତିବର୍ଷ କୋଟି କୋଟି ଟଙ୍କାର ଦୁର୍ନୀତି ସାମନାକୁ ଆସୁଛି। ସଦ୍ୟ ଭାବେ ତାଳଗଛ ‌ରୋପଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବନ ବିଭାଗ ହାତକୁ ୫୦ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆସିଥିଲା। ଯେଉଁଥିରେ ପାଖାପାଖି ଲକ୍ଷେ ତାଳଗଛ ଚାରାରୋପଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବଜ୍ରାଘାତଜନିତ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ସରକାରଙ୍କ ଏହି ଯୋଜନାକୁ ପ୍ରଶଂସା କରାଗଲା। ହେଲେ ଏହାର ରୂପାୟନ ଆଳରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି। ବଲାଙ୍ଗୀର ବନଖଣ୍ଡରେ ଏହି ଟଙ୍କାରେ ପୋତାଯାଇଥିବା ବିହନରୁ ଗୋଟିଏ ବି ଗଛ ନ ବାହାରିବା ଆଶ୍ଚର୍ଯ୍ୟର ବିଷୟ।

ଏପରିକି କେଉଁଠି କେତେ ବିହନ ପୋତାଗଲା, ତାହାର ହିସାବ ମଧ୍ୟ ଅଧିକାରୀଙ୍କ ପାଖରେ ନାହିଁ। ୫୦ ଲକ୍ଷ ଟଙ୍କାର ଅନୁଦାନରେ ବଲାଙ୍ଗୀର ବନ ରେଞ୍ଜରେ ୧୨, ୭୨୬ଟି, ବଙ୍ଗୋମୁଣ୍ଡାରେ ୬୨୯୦, ଦେଓଗାଁରେ ୭ ହଜାର, ହରିଶଙ୍କରରେ ୯୬୮୦, କଣ୍ଟାବାଞ୍ଜିରେ ୯ ହଜାର, ଲାଠୋରରେ ୮୪୫୦, ଲୋଇସିଂହାରେ ୮୬୦୦, ମୁରିବାହାଲରେ ୬୫୨୦, ପାଟଣାଗଡ଼ରେ ୧୦,୭୦୦, ସଇନ୍ତଳାରେ ୭୩୨୦ ଏବଂ ଟିଟିଲାଗଡ଼ ରେଞ୍ଜରେ ୬୯୫୦ ତାଳଗଛ ଲଗାଯାଇଥିବା କୁହାଯାଉଛି। ଜଙ୍ଗଲ ପରିସୀମାରେ ଏସବୁ ଗଛ ଧାଡ଼ିରେ ରହିବା କଥା। କିନ୍ତୁ କୌଣସି ଜଙ୍ଗଲରେ ତାଳଗଛ ଦେଖିବାକୁ ମିଳୁନାହିଁ। ରେଞ୍ଜଗୁଡ଼ିକୁ ନିର୍ଦ୍ଧାରିତ ତାଳ ବିହନ ଦିଆଯିବା ସହ ରୋପଣ ଦାୟିତ୍ବ ଦିଆଯାଇଥିଲା। ତେବେ କେଉଁ କେଉଁ ରେଞ୍ଜରେ କେତେ ବିହନ ଏବଂ କେଉଁ ଜାଗାରେ ଲଗାଗଲା, ତାହା ଅନ୍ଧାରରେ ରହିଛି। ବନ ବିଭାଗ ଅଧିକାରୀଙ୍କ ସିଧା ସଫେଇ ହେଲା, ବିହନ ଲଗାଇଲୁ କିନ୍ତୁ ଗଛ ହେଲା ନାହିଁ। ବଲାଙ୍ଗୀର ଏସିଏଫ୍‌ ଜିତେନ୍ଦ୍ର ସାହୁଙ୍କୁ ପଚରାଯିବାରୁ ସେ ଖର୍ଚ୍ଚ ସମ୍ପର୍କରେ କିଛି ସୂଚନା ଦେଇ ପାରିନଥିଲେ। ତେବେ ମାମଲାର ଖୋଳତାଡ଼ କଲେ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହେବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe